ପଟିଆ ପିଏନ୍‌ବି ଏଟିଏମ୍‌ ଲୁଟ୍ ଘଟଣାରେ ୨ ଅନ୍ତଃରାଜ୍ୟ ଲୁଟେରା ଗିରଫ, ବେଙ୍ଗାଲୁରୁରୁ କରୁଥିଲେ ନେଟଓ୍ୱର୍କ ଅପରେଟ

ଭୁବନେଶ୍ୱର: ମ୍ୟାଗନେଟ ଛକ ପିଏନବି ଏଟିଏମ ରୁ ୨୭ ଲକ୍ଷ ୮୪ ହଜାର ଲୁଟ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ୨ ଅନ୍ତଃରାଜ୍ୟ ଏଟିଏମ ଲୁଟେରା ଭାଇଜାଗରୁ ଗିରଫ । ବିମାନରେ ଆସୁଥିଲେ, ହୋଟେଲରେ ରହି ଲୁଟ କରୁଥିଲେ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ଭାଇଜାଗ ପୋଲିସ ଏହି ଗ୍ୟାଙ୍ଗକୁ ଠାବ କରିଛି । ବାଙ୍ଗାଲୋରରୁ ଅପରେଟ କରୁଥିଲେ ଲୁଟ୍ ଯୋଜନା ।

୨ ଜଣଙ୍କ ମଧ୍ୟରୁ ଜଣେ ପଞ୍ଜାବର ଓ ଅନ୍ୟ ଜଣେ କେରଳର । ଗିରଫ ପରେ ସେମାନଙ୍କୁ ଓଡ଼ିଶା ଆଣିବାକୁ ଉଦ୍ୟମ କରୁଛି କମିଶନରେଟ ପୋଲିସ । ସେମାନଙ୍କ ନାମ ହେଉଛି ସମରଜୋଥ ସିଂ ଓ ଜାଫର ସାଦିକ ଏଭି । ଭାଇଜାଗ ରେ ମଧ୍ୟ ଗୋଟିଏ ବ୍ୟାଙ୍କରୁ ୯ ଲକ୍ଷ ଟଙ୍କା ଲୁଟ କରିଥିଲେ ।

ତେବେ ଚୋରି ଟଙ୍କାକୁ ସେମାନେ ବିମାନ ଯୋଗେ ନେଇଯାଇଥିବା ଜଣାପଡ଼ିଛି । ସେମାନେ ରାଜ୍ୟ ବାହାରର ଲୁଟେରା ହୋଇଥିବାରୁ ସେମାନଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯିବ । ଏ ନେଇ ପୋଲିସ କମିଶନର ଡଃ ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ସିସିଟିଭି ଜରିଆରେ ଅପରାଧୀ ଙ୍କୁ ଚିହ୍ନଟ କରାଯାଇଥିଲା । ଭୁବନେଶ୍ୱର ରୁ ଭଡାରେ ସ୍କୁଟି ନେଇ ସେ ଏହି ଅପରାଧ ଘଟାଇଥିଲେ । ଅପରାଧୀ ଦ୍ଵୟ ପଟିଆ ନିକଟରେ ଥିବା ପବୀତ୍ର ରୟାଲ ଏଜେନ୍ସି ନାମକ ଏକ ହୋଟେଲ ରହିଥିଲେ । ଏହାପରେ ମଞ୍ଚେଶ୍ୱର ଅଞ୍ଚଳର କେଶବ ମହାରଣାଙ୍କ ଠାରୁ ଗ୍ୟାସ ସିଲିଣ୍ଡର ଭଡାରେ ଆଣି ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।

ଏଥିରେ ସଫଳ ହେବାପରେ ୧୧ ତାରିଖ ସକାଳ ୭.୪୦ ରେ ଇଣ୍ଡିଗୋ ଫ୍ଲାଇଟ ଯୋଗେ ଦିଲ୍ଲୀ ଚାଲିଯାଇଥିଲେ । ପରେ ପୋଲିସ କୁ ଚକମା ଦେବାକୁ ଯାଇ ଚଣ୍ଡୀଗଡ଼, ବାଙ୍ଗାଲୋର ଓ ଶେଷରେ ଭାଇଯାଗ ଚାଲିଯାଇଥିଲେ । ସାରା ଦେଶରେ ସେମାନଙ୍କ ନାମରେ ୬ ଟି ଏଟିଏମ ଲୁଟ ସହ ନିଶା କାରବାର କେସ ରହିଛି । କମିଶନରେଟ ପୋଲିସ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡ ରେ ଆଣିବା ପାଇଁ ଆଜି ଆବେଦନ କରିବ ।

ରିମାଣ୍ଡ ସମୟରେ ସେମାନଙ୍କ ଅଭିଯୋଗର ଲିଷ୍ଟ ସମୟରେ ଅଧିକ ସୂଚନା ମିଳିପାରିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ସେହିପରି ଏହି ଆନ୍ତରାଜ୍ୟ ଗ୍ୟାଙ୍ଗ କୁ ଧରିଥିବାରୁ ସ୍ପେଶାଲ ସ୍କ୍ୱାର୍ଡ ମୁଖ୍ୟ ଏସିପି ସଂଜୀବ ଶତପଥୀ ଙ୍କୁ ପୋଲିସ ଡିଜି ଶ୍ରୀ ଅଭୟ  ଧନ୍ୟବାଦ ଜଣାଇଛନ୍ତି ।

Leave a Reply