ସପ୍ତାହେ ପରେ ଗୃହ ସ୍ୱାଭାବିକ, ପ୍ରଶ୍ନକାଳ ଓ ଶୂନ୍ୟକାଳରେ ବହୁ ପ୍ରସଙ୍ଗରେ ଆଲୋଚନା

1 min read

ଭୁବନେଶ୍ୱର : ସପ୍ତାହକର ହୋ ହଲ୍ଲା ଓ ନାରାବାଜି ପରେ  ସ୍ୱାଭାବିକ ହୋଇଛି ବିଧାନସଭା । ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବରେ ସ୍ୱାଭାବିକ ଭାବେ ସବୁ ଦଳରେ ବିଧାୟକମାନେ ଅଂଶଗ୍ରହଣ କରିଛନ୍ତି । ପାନୀୟ ଜଳ ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳରେ ସରଗମର ଆଲୋଚନା ହୋଇଥିଲା । ଶୂନ୍ୟକାଳରେ ବିଜେଡିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଓ ଧାନକିଣା ବ୍ୟବସ୍ଥାରେ ଟୋକନ ବ୍ୟବସ୍ଥାକୁ ନେଇ ମୁଲତବୀ ପ୍ରସ୍ତାବରେ ଆଲୋଚନା ହୋଇଛି । ତାରାପ୍ରସାଦ ବାହୀନପତିଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ଏହି ଆଲୋଚନାରେ ବେଶ କିଛି ସମୟ ଶାସକ ଦଳର ବିଧାୟକ ପ୍ରଦୀପ ମହାରଥି ମନ୍ତ୍ରୀଙ୍କୁ ଜଳ ଯୋଗାଣ ନେଇ କଟାକ୍ଷ କରିଥିଲେ । ମନ୍ତ୍ରୀ ମଧ୍ୟ ମହାରଥିଙ୍କ ପ୍ରଶ୍ନର ଦେଇଥିଲେ ଉତ୍ତର ।

ସେପଟେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ସ୍ମିତାରଣୀ ପ୍ରସଙ୍ଗ ଉଠାଇଥିଲେ। ସେହିପରି କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ସିକ୍ୟୁରିଟି ଏସପି କାହ୍ନୁଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଥିଲେ । ଏହାକୁ ବାଚସ୍ପତି ତର୍ଜମା କରିବେ ବୋଲି କହିଥିଲେ ।  ଶୂନ୍ୟକାଳରେ ପ୍ରଧାନମନ୍ତ୍ରୀ ବିଜେଡିକୁ ପ୍ରଶଂସା କରିବା ନେଇ ବିଜେଡି-ବିଜେପି ଓ କଂଗ୍ରେସ ବିଧାୟକମାନେ ଭିନ୍ନ ଭିନ୍ନ ମତ ଦେଇଥିଲେ ।

ବିଜେଡି ଯୁକ୍ତି ବାଢିଥିଲା ଯେ ସଂସଦୀୟ ବ୍ୟବସ୍ଥା କଣ ହେବ ତାହାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ବିଜେଡିକୁ ପ୍ରଶଂସା କରିଛନ୍ତି । ସାରା ଦେଶରେ ନବୀନଙ୍କୁ ପ୍ରସଂଶାର ସୁଅ ଛୁଟୁଛି । ତେବେ କଂଗ୍ରେସର ବିଧାୟକ କହିଥିଲେ ଯେ,  ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ବିଜେପି ବିଧାୟକମାନେ ଗୃହରେ ସୁନାପିଲା ହୋଇ ବସି ରହୁଛନ୍ତି ।  ବିଜେଡି ଯଦି ସାଟିଫିକେଟ ପାଇର୍ ଖୁସି ତାହାହେଲେ ଏ ପ୍ରସଂଶାରେ ଆମେ ବହୁତ ଖୁସି ବୋଲି ବିଜେପି କହିଛି । ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଜିଏସଟି ସଂଶୋଧନ ସମ୍ପକିତ ବିଭିନ୍ନ ବିଜ୍ଞପ୍ତି ଗୃହରେ ଉପସ୍ଥାପତି କରିଥିଲେ । ')}

Leave a Reply