ଇନ୍‌ଷ୍ଟାଗ୍ରାମ୍‌ରୁ ସର୍ବାଧିକ ଆୟ କରୁଥିବା ସେଲିବ୍ରିଟୀଙ୍କ ତାଲିକାରେ କୋହଲୀ, ପ୍ରିୟଙ୍କା

1 min read

ମୁମ୍ୱାଇ: ଚଳିତ ବର୍ଷର ଇନ୍‌ଷ୍ଟାଗ୍ରାମ୍‌ରୁ ସର୍ବାଧିକ ଆୟ କରୁଥିବ ସେଲିବ୍ରିଟିଙ୍କ ତାଲିକ ପ୍ରକାଶ ପାଇଛି । ଯେଉଁଥିରେ ବଲିଉଡ୍ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟିଏ ପୋଷ୍ଟ ପାଇଁ ସେମାନେ ପାଉଥିବା ଟଙ୍କା ଏହି ତାଲିକାରେ ପ୍ରକାଶ ପାଇଛି ।

ସଦ୍ୟ ପ୍ରକାଶ ଏହି ତାଲିକାର ପ୍ରଥମ ୧୦ ଜଣଙ୍କ ମଧ୍ୟରେ କୌଣସି ଭାରତୀୟ ସ୍ଥାନ ପାଇନଥିବା ବେଳେ ଭାରତୀୟ ଷ୍ଟାର କ୍ରିକେଟର ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପତ୍ନୀ ତାଲିକାର ୨୬ ନମ୍ୱର ସ୍ଥାନରେ ରହିଛନ୍ତି । ତେବେ ତାଙ୍କ ପଛକୁ ରହିଛନ୍ତି ବିଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ତାଲିକାର ୨୮ ନମ୍ୱର ସ୍ଥାନରେ ରହିଛନ୍ତି ।

ଇନ୍‌ଷ୍ଟାଗ୍ରାମ୍‌ରେ ବିରାଟଙ୍କ ୬୬.୨ ମିଲିୟନ୍ ଫଲୋର୍ସ ରହିଥିବା ବେଳେ ଗୋଟିଏ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ବିରାଟ୍ କୋହଲୀ ୨.୨ କୋଟି ଟଙ୍କା ଆୟ କରୁଛନ୍ତି । ତେବେ ପ୍ରିୟଙ୍କା ଏବଂ ବିରାଟ୍‌ଙ୍କ ଆୟରେ କିଛି ଅଧିକ ପାର୍ଥକ୍ୟ ନାହିଁ ।

            ଇନ୍‌ଷ୍ଟାଗ୍ରାମ୍‌ ରିଚ୍ ଲିଷ୍ଟ ୨୦୨୦ର ଶୀର୍ଷରେ ରହିଛନ୍ତି ହଲିଉଡ୍ ଅଭିନେତା ତଥା WWE ରେସଲର୍‌ ଡଓ୍ୱେନ୍‌ ଜନସନ୍ ବା ଦି ରକ୍‌ । ତେବେ ପୂର୍ବରୁ ନମ୍ୱର ଓ୍ୱାନ ସ୍ଥାନରେ ଥିବା କୀଲେ ଜେନେର ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଥିବା ଅନ୍ୟ ସେଲିବ୍ରିଟୀମାନେ ହେଲେ ବିୟୋନ୍ସେ, ସେଲିନା ଗୋମେଜ୍, କିମ୍ କାର୍ଦିସିୟା, ଜଷ୍ଟିନ ବିବର, ଟେଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ନାମ ରହିଛି।

Leave a Reply