ଜରୁରୀକାଳୀନ ପରିସ୍ଥିତି ପାଇଁ କମିଶନରେଟ୍‌ ପୋଲିସର ପାସ୍‌ ବ୍ୟବସ୍ଥା

ଭୁବନେଶ୍ୱର: ଜନତା କର୍ଫ୍ୟୁକୁ ଓଡ଼ିଶାବାସୀଙ୍କ ପୂର୍ଣ୍ଣ ସମର୍ଥନ । ବିଭିନ୍ନ ସ୍ଥାନରେ କମିଶନରେଟ୍‌ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ଜନତା କର୍ଫ୍ୟୁକୁ ନେଇ  ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସହରର ପ୍ରମୁଖ ଛକରେ ସୂରକ୍ଷା ଦୃଷ୍ଟିରୁ ବାରିକେଡ୍‌ ଲଗାଯାଇଛି  । ଯାତାୟାତ କରୁଥିବା ଲୋକଙ୍କୁ ପୋଲିସର ପଚରାଉଚରା । ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ପୋଲିସ୍‌ କମିଶନର , ଡିସିପି, ଏସିପି, ଆଇଆଇସି ବିଭିନ୍ନ ସ୍ଥାନ ବୁଲି ତଦାରଖ କରୁଛନ୍ତି । ଯଦି କେହି ଜରୁରୀକାଳୀନ ସେବା ପାଇଁ ବାହାରୁ ବାହାରି ଛନ୍ତି ସେହି ଲୋକଙ୍କୁ କମିଶନରେଟ୍‌ ପକ୍ଷରୁ ପାସ୍‌ ବ୍ୟବସ୍ଥା । ଯାହା ପାଇଁ ଆଗ ଚେକିଂ ପଏଣ୍ଟରେ କୌଣସି ଅସୁବିଧାର ସମ୍ମୁଖିନ ନହେବେ । ଖାଲି ସେତିକି ନୁହେଁ ସବୁଠାରୁ ବଡ଼ କଥା ହେଉଛି ଜରୁରୀକାଳୀନ ପରିସ୍ଥିତିରେ ନିଜ ପିସିଆର ଭ୍ୟାନ୍‌ରେ ଲୋକଙ୍କୁ ଗନ୍ତବ୍ୟସ୍ଥଳରେ ଛାଡ଼ୁଛି ପୋଲିସ । ସେପଟେ ମେଡିକାଲ ସେବା କର୍ମଚାରୀଙ୍କ ପାଇଁ ଲାଗିଛି ମୋ ବସ୍‌କୁ କାର୍ଯ୍ୟରେ ଲଗାଯାଇଛି ।

ସେହିପରି ଭୁବନେଶ୍ୱର ରେଳ ଷ୍ଟେସନରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି । ଭୋର ୪ଟା ପରେ ଭୁବନେଶ୍ୱର ଓ ପୁରୀରୁ ଯାତ୍ରା ଆରମ୍ଭ କରୁଥିବା ଟ୍ରେନକୁ ରାତି ୧୦ ଯାଏଁ ବାତିଲ କରାଯାଇଛି । ଆଜି ପାଇଁ ପ୍ଲାଟଫର୍ମ ଓ ଜେନେରାଲ ଟିକେଟ୍ କାଉଣ୍ଟର ବନ୍ଦ ରହିଛି । ସଂରକ୍ଷିତ ଟିକେଟ ଦେଖାଇଲେ ହିଁ ଷ୍ଟେସନ ଭିତରକୁ ପ୍ରବେଶ କରିପାରିବେ ଯାତ୍ରୀ । ଗତକାଲିଠୁ ଯେଉଁ ଟ୍ରେନ ବାହାରିଛି ସେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ । ରେଳବାଇ କର୍ମଚାରୀ ଓ ଅଧିକାରୀଙ୍କ ସମେତ ଆରପିଏଫ ଯବାନ ଲୋକଙ୍କୁ ସଚେତନ କରାଉଛନ୍ତି ।

Leave a Reply