କରୋନା ସମ୍ପର୍କିତ ଗୁଜବ ରୋକିବାକୁ ଉଦ୍ୟମ: ହ୍ୱାଟ୍ସଆପ୍‌ରେ ସଠିକ୍‌ ସୂଚନା ଦେବେ ସରକାର

1 min read

କରୋନା ନେଇ ବଢୁଛି ଚିନ୍ତା । ସୋସିଆଲ ମିଡିଆରେ ଗୁଜବ ରୋକିବାକୁ ସରକାରଙ୍କ ଉଦ୍ୟମ ଜାରି ରହିଛି । ଗୁଜବ ରୋକିବା ସହିତ ସଠିକ୍‌ ସୂଚନା ପାଇଁ  ହ୍ଵାଟ୍ସଆପ୍‌ ସହିତ ମିଳିତ ଭାବେ ନମ୍ବର ଜାରି କରିଛନ୍ତି କେନ୍ଦ୍ର ସରକାର । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଲୋକଙ୍କ ମନରେ ଭୟ ବଢିବାରେ ଲାଗିଛି । ତେବେ ହ୍ଵାଟ୍ସଆପରେ ଅଧିକ ଗୁଜବ ବ୍ୟାପୁଥିବା ଯୋଗୁଁ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ହ୍ଵାଟ୍ସଆପ ସହ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି । ଏହି ନମ୍ବରକୁ ଫୋନରେ ଅପଲେଡ କଲା ପରେ କରୋନା ସମ୍ପର୍କୀତ ସଠିକ୍‌ ଖବର ମିଳିପାରିବ । ଏନେଇ ଟ୍ୱିଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । +919013151515 ନମ୍ବରରେ ମେସେଜ ପଠାଇଲେ କରୋନା ସମ୍ପର୍କୀତ ସଠିକ୍‌ ଖବର ମିଳିପାରିବ । ତା ସହିତ ଟୁଇଟର କୋଭିଡ-19ନାଁରେ ଏକ ସ୍ୱତନ୍ତ୍ର ପେଜ୍‌ ଲଞ୍ଚ କରିଛି । ଏହି ପେଜ୍‌ ଜରିଆରେ କରୋନା ଭାଇରସ୍‌ ନେଇ ସଠିକ୍‌ ସୂଚନା ମିଳିପାରିବ । କରୋନା ମୁ୍କାବିଲା ପାଇଁ ସତର୍କ ରହିବାକୁ ଆହ୍ଵାନ କରିଛନ୍ତି ମୋଦି । କୈାଣସି ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ଅନାବଶ୍ୟକ ଯାତ୍ରା ଉପରେ ମଧ୍ୟ ରୋକ୍‌ ଲଗାଇଛନ୍ତି । ବାହାରକୁ ଯାତ୍ରା ବନ୍ଦ ରଖିବା ସହିତ ଘରେ ନିରାପଦରେ ରହିବାକୁ କହିଛନ୍ତି ମୋଦି ।

Leave a Reply