ହରିଶଙ୍କର ପର୍ଯ୍ୟଟନସ୍ଥଳିର ହେବ ବିକାଶ, ନୃସିଂହନାଥ ମନ୍ଦିରରୁ ଲାଗିବ ରୋପ୍‌ ଓ୍ୱେ

1 min read
Harishankar

ବଲାଙ୍ଗିର: ଖୁବ୍‌ଶୀଘ୍ର ବିକାଶ ହେବ ହରିଶଙ୍କର ପର୍ଯ୍ୟଟନସ୍ଥଳି । ପର୍ଯ୍ୟଟକଙ୍କ ପାଇଁ ରହିବ ସମସ୍ତ ପ୍ରକାର ସୁବିଧା । ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌ । ଏହି ସମୀକ୍ଷାରେ ତାଙ୍କ ସହ ଉପସ୍ଥିତ ଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ।

ସଚିବ ମାନେ ପ୍ରଥମେ ମନ୍ଦିର ପ୍ରରିଦର୍ଶନ କରିବା ପରେ ହରିଶଙ୍କର ପୀଠର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ ନେଇ ଆଲୋଚନା କରିଥିଲେ । ଏହାସହ ଭିତ୍ତିଭୂମି ଯାଞ୍ଚ କରିବା ସହ ମନ୍ଦିର ପୂଜକ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ଯେ, ପୁରୀ ମନ୍ଦିରର ଯେଭଳି ଉନ୍ନତିକରଣ କରାଯାଉଛି ଠିକ୍‌ ସେହିଭଳି ହରିଶଙ୍କର ପର୍ଯ୍ୟଟନସ୍ଥଳିର ମଧ୍ୟ ଉନ୍ନତି କରଣ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ରହିଛି । ପ୍ରାକୃତିକ ପରିବେଶ ଭିତରେ ଥିବା ଏହି ମନ୍ଦିରକୁ ଆଗାମୀ ଦିନରେ କେମିତି ଲୋକ ଲୋଚନକୁ ଅଣାଯିବା ସହ ଇକୋ ଟୁରିଜିୟମ୍‌ କ୍ଷେତ୍ର ଭାବେ ପରିଣତ କରାଯିବ ସେନେଇ ଯୋଜନା କରାଯାଉଛି ।

ଖାଲି ସେତିକି ନୁହେଁ ହରିଶଙ୍କର ସହ ନୃସିଂହନାଥ ମନ୍ଦିରର ମଧ୍ୟ ଉନ୍ନତି କରଣ କରାଯାଉଛି । ହରିଶଙ୍କର ମନ୍ଦିରରୁ ନୃସିଂହନାଥ ମନ୍ଦିର ପର୍ଯ୍ୟନ୍ତ ଏକ ରେପ୍‌ ଓ୍ୱେ ବ୍ୟବସ୍ଥା କରାଯିବ ବୋଲି ଯୋଜନା ରହିଛି । ଏହାସହ ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ସ୍ଥାନକୁ ସିଧାସଳଖ ବସ ଚଳାଚଳ କରାଯିବ ।ତେବେ ହରିଶଙ୍କର କ୍ଷେତ୍ର ପରିଦର୍ଶନ କରିବା ପୂର୍ବରୁ ସଚିବମାନେ ନୃସିଂହନାଥ ମନ୍ଦିରରେ ମଧ୍ୟ ପହଞ୍ଚିଥିଲେ । ପାଇକମାଲରେ ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ଉନ୍ନତି କାର୍ଯ୍ୟର ସମୀକ୍ଷା କରିଥିଲେ ।

ମନ୍ଦିରର ବିକାଶ ପାଇଁ ମନ୍ଦିରରେ ଥିବା ଧର୍ମଶାଳା ମାନଙ୍କର ନବୀକରଣ ଏବଂ ନୂତନ ଧର୍ମଶାଳା ନିର୍ମାଣ, ଯାତ୍ରୀ ପ୍ରତିକ୍ଷାଳୟ, ନୂତନ ଇକୋ ପାର୍କ, ଚିଲଡ୍ରେନ୍ସ ପାର୍କ, ନୂତନ ଅଫିସ୍‌ ଗୃହ ନିର୍ମାଣ ଭଳି ପ୍ରାୟ ୨୦ଟି ପ୍ରସ୍ତାବ ମନ୍ଦିର କମିଟି ପକ୍ଷରୁ ସଚିବଙ୍କୁ ଦିଆଯାଇଛି । 

Leave a Reply