ସୀମାରୁ ବଢ଼ୁଛି କି ଭାରତ ପାଇଁ ବିପଦ ? ବର୍ଡରରେ ବାଂଲାଦେଶ ପଟୁ ଆକ୍ରମଣ

1 min read

ନୂଆଦିଲ୍ଲୀ: ଅଶାନ୍ତ ହେବାରେ ଲାଗିଛି ଭାରତ ବର୍ଡର । ଜମ୍ମୁ କାଶ୍ମୀରରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଲଦାଖରେ ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ କରୁଛି ଚୀନ । ଉତ୍ତରାଖଣ୍ଡର କିଛି ଅଞ୍ଚଳକୁ ନେପାଳ ନିଜର କହି ନକ୍ସାରେ ସ୍ଥାନ ଦେଲାଣି । ଏପରି ଭାବେ ସୀମାରେ ଥିବା ପଡ଼ୋଶୀ ରାଷ୍ଟ୍ର ଭାରତର ଅଞ୍ଚଳକୁ ଅକ୍ତିଆର୍ ପାଇଁ ଉଦ୍ୟମ କରୁଛନ୍ତି । ଜମ୍ମୁ କଶ୍ମୀରରେ ଏଲଓସି, ଲଦାଖରେ ଏଲଏସିକୁ ନେଇ ଉତ୍ତେଜନା ଲାଗି ରହିଛି । ଲଦାଖର ଗଲବାନ ଘାଟିରେ ଚୀନ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏତିକି ବେଳେ ଭାରତ-ବାଂଲାଦେଶ ବର୍ଡରରେ ନିୟୋଜିତ ବିଏସଏଫ୍ ଯବାନଙ୍କ ଉପରେ ହୋଇଛି ଆକ୍ରମଣ ।

ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ବର୍ଡରରେ ଶନିବାର ବାଂଲାଦେଶୀ ତସ୍କର (ଚୋରା ଚାଲାଣକାରୀ) ବିଏସଏଫ ଉପରେ ଆକ୍ରମଣ କରିଛନ୍ତି । ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ବିଏସଏଫ ପୋଷ୍ଟରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏଥିରେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ)ର ୩ ଜଣ ଯବାନ ଆହତ ହୋଇଛନ୍ତି । ୪ ତାରିକ ସକାଳ ପ୍ରାୟ ୩ଟା ୩୦ ବେଳେ ୧୦ରୁ ୧୨ ବାଂଲାଦେଶୀ ଚୋରା ଚାଲାଣକାରୀ ଅନୁପ୍ରବେଶ ଉଦ୍ୟମ କରିଥିଲେ । ୧୦୭ ବାଟାଲିଅନର ଯବାନ ମାନେ ତାଙ୍କୁ ପ୍ରତିହତ କଲାବେଳେ ସେମାନେ ଆକ୍ରମଣ କରିଛନ୍ତି ।

ଯବାନଙ୍କୁ ଧାରୁଆ ଅସ୍ତ୍ର ଓ ବାଉଁଶରେ ମାଡ଼ ଆକ୍ରମଣ କରାଯାଇଥିବା ବିଏସଏଫ୍ ଅଧିକାରୀ ସୂଚନା ଦେଇଛନ୍ତି । ବିଏସ୍ଏଫ ଆତ୍ମରକ୍ଷା ପାଇଁ ଗୁଳି ଚାଳନା କରିଥିବା ବେଳେ ତସ୍କରମାନେ ବାଂଲାଦେଶ ସୀମାକୁ ଖସି ପଳାଇଥିଲେ । ଘଟଣାସ୍ଥଳରୁ ବିଏସଏଫ ବିପୁଳ ନିଶାଦ୍ରବ୍ୟ ଜବତ କରିଛି । ଏହିପରି ଭାବେ ସୀମାରେ ପଡ଼ୋଶୀ ଦେଶ ଭାରତକୁ ହଇରାଣ ହରକତ କରିବାରେ ଲାଗିଛନ୍ତି ।

India-China Face off: ସମସ୍ୟାର ସମାଧାନ ପାଇଁ ଭାରତ ସମ୍ମୁଖରେ ୩ଟି ବିକଳ୍ପ

Leave a Reply