WHOର ଅଭିଯୋଗ, କରୋନାକୁ ନେଇ ତଥ୍ୟ ଲୁଚାଇଥିଲା ଚୀନ

1 min read

ଯୁକ୍ତରାଷ୍ଟ୍ର ଆମେରିକା: ମହାମାରୀ କରୋନା ଭୂତାଣୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବଡ ବୟାନ । ଡିସେମ୍ବର ୩୧ ତାରିଖରେ ଚୀନ କରୋନାକୁ ନେଇ କୌଣସି ସୂଚନା ଦେଇନଥିଲା, ବରଂ ଏହା ନିମୁନିଆର ଲକ୍ଷଣ ବୋଲି କହିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ୱେବସାଇଟରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ଧରାପଡିଛି ଚୀନର ଚାଲାକି । ପୂର୍ବରୁ ଚୀନ କରୋନା ସମ୍ପର୍କରେ ଜାଣିଥିଲେ ମଧ୍ୟ ଏହାକୁ ଲୁଚାଇଥିଲା ବୋଲି WHO ପକ୍ଷରୁ କୁହାଯାଇଛି ।

ବରଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚୀନରୁ କରୋନା ଆସିଥିବା ନେଇ ଖୁଲାସା କରିଥିବା ବୋଲି କହିଛି WHO  । ଆଗାମୀ ସପ୍ତାହରେ WHOର ଏକ ଟିମ୍ ଚୀନ ଯାଇ ସ୍ଥିତି ପରଖିବ ବୋଲି ଜଣାପଡିଛି । କରୋନା ଉପରେ ଧ୍ୟାନ ଦେବା ଦରକାର, ନ ହେଲେ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଭୟାବହ ହେବ  ।

ବିଶ୍ୱରେ ୧ କୋଟିରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହେଲେଣି, ସେହିଭଳି ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଲାଣି ଭୂତାଣୁ  । ତେଣୁ ବିଶ୍ୱ ଏବେ କରୋନା ଉପରେ ଧ୍ୟାନ ଦେବା ସହ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସଚେତନ ହେବା ଦରକାର ।

ସାଧାରଣ ଲୋକେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ଆବଶ୍ୟକ ବୋଲି WHO ପକ୍ଷରୁ କୁହାଯାଇଛି । ସରକାର ନିଜ ନିଜ ଦେଶରେ କରୋନାର ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ରଣନୀତି କରିବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ କହିଛନ୍ତି  ।

ମହାମାରୀ ଭିତରେ ଆଉ ଏକ ମହାମାରୀର ଚେତାବନୀ ଦେଲା WHO, ଭୟଙ୍କର କ୍ଷତିର ସମ୍ଭାବନା

Leave a Reply