ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ସୁପ୍ରିମକୋର୍ଟରେ ଦଲିଲ ରଖିଲେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଆକ୍ଟର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟରେ ଦଲିଲ ରଖିଲେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ବିହାରରେ ରିୟାଙ୍କ ବିପକ୍ଷରେ ସୁଶାନ୍ତଙ୍କ ବାପା ଦେଇଥିବା ଏଫଆଇଆର ମୁମ୍ବାଇ ଟ୍ରାନ୍ସଫର ପାଇଁ ଦାବି କରିଛନ୍ତି ରିୟା । ଏହାସହ ସୁଶାନ୍ତଙ୍କ ପରିବାର ସୁଶାନ୍ତ ମୃତ୍ୟୁ ମାମଲାରେ ଯାଞ୍ଚକୁ ପ୍ରଭାବିତ କରୁଥିବା ସେ ଦାବି କରିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଦଲିଲରେ ସୁଶାନ୍ତଙ୍କ ସହ ଲିଭ୍ ଇନରେ ରହୁଥିବା ସ୍ୱୀକାର କରିଛନ୍ତି ରିୟା । ସୁଶାନ୍ତ ଡିପ୍ରେସନରେ ରହୁଥିବା ଦଲିଲରେ ଉଲ୍ଲେଖ କରିଛନ୍ତି ରିୟା ।

ଏହାସହ ସେ ଗଲା ଜୁନ୍ ୮ ତାରିଖରେ ସୁଶାନ୍ତଙ୍କ ଘରୁ ତାଙ୍କ ଘରକୁ ପଳାଇଥିବା ମଧ୍ୟ ଲେଖିଛନ୍ତି । ଏହାପରେ ୬ଦିନ ପରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ଉପରେ ମିଥ୍ୟା ଅଭିଯୋଗ ହୋଇଥିବା ରିୟା କହିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ହତ୍ୟା ଓ ଦୁଷ୍କର୍ମ ପରି ଧମକ ଆସୁଥିବା ସେ ଜଣାଇଛନ୍ତି । ଏନେଇ ମୁମ୍ବାଇ ପୋଲିସରେ ଏତଲା ଦାୟର କରିଛନ୍ତି ରିୟା । ଏହାସହ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀଙ୍କୁ ଜୋରଜବରଦସ୍ତ ରିୟାଙ୍କ ବିପକ୍ଷରେ ବୟାନ ଦେବାକୁ ବାଧ୍ୟ କରାଯାଉଛି ବୋଲି କହିଛନ୍ତି ରିୟା ।

ଏନେଇ ସିଦ୍ଧାର୍ଥ ମୁମ୍ବାଇ ପୋଲିସକୁ ମେଲ୍ ଜରିଆରେ ଜଣାଇଛନ୍ତି । ସେପଟେ ସୁଶାନ୍ତ ଆକାଉଣ୍ଟରେ ଥିବା ୧୫କୋଟି ଖୋଲିବକି ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ । ଏନେଇ ଇଡି ତନାଘନା ଜାରିରହିଛି । ଏହାରି ଭିତରେ ସୁଶାନ୍ତ ଆକାଉଣ୍ଟାଣ୍ଟ ବର୍ଷେ ଭିତରେ ସୁଶାନ୍ତଙ୍କ ଖର୍ଚ୍ଚ ସୂଚୀ ଦେଇଛନ୍ତି । ଅନ୍ୟପଟେ ମୃତ୍ୟୁ ପୂର୍ବରୁ ସୁଶାନ୍ତ ଅଜଣା ମେଡିସିନ ଖାଉଥିବା କହିଛନ୍ତି ତାଙ୍କ ଟ୍ରେନର । ଯାହା ତାଙ୍କ ଶରୀର ଓ ମସ୍ତିସ୍କରେ ମଧ୍ୟ ପ୍ରଭାବ ପକାଉଥିଲା ।

Leave a Reply