୨୦୧୭ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ଦୋକାନ ଘର ଓ ମଣ୍ଡପ ଲିଜ୍ ମାମଲା, ଆଶୀର୍ବାଦ ନିର୍ଦ୍ଦୋଷ

OOA land grabbing Case, Supreme Court Gives Clean Chit TO Ashirbad Behera

କଟକ: ୨୦୧୭ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ ଘର ଓ ମଣ୍ଡପ ଲିଜ୍ ଅନିୟମିତତା ମାମଲାରେ ଆଶୀର୍ବାଦ ବେହେରାଙ୍କୁ କ୍ଲିନଚିଟ୍ । ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସୁପ୍ରିମକୋର୍ଟ କ୍ଲିନଚିଟ୍ ଦେଇଛନ୍ତି । ୨୦୧୭ ମସିହା ଜୁନ୍ ମାସରେ ଅଲିମ୍ପିକ୍ ଆସୋସିଏସନର ୨୩ ଦୋକାନ ଘର ଓ ମଣ୍ଡପ ଲିଜ ଅନିୟମିତତା ନେଇ ସିବିଆଇ ଆଶୀର୍ବାଦ ଓ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଥିଲା ।

OOA land grabbing Case, Supreme Court Gives Clean Chit TO Ashirbad Behera

ଆକାଉଣ୍ଟସ୍ ଜେନେରାଲଙ୍କ ରିପୋର୍ଟ ଉପରେ ତଦନ୍ତ କରି ସିବିଆଇ, ସୁପ୍ରିମକୋର୍ଟକୁ ରିପୋର୍ଟ ଦେଇଥିଲା । ସିବିଆଇ ରିପୋର୍ଟକୁ ତର୍ଜମା କରି ଆଶୀର୍ବାଦଙ୍କୁ କ୍ଲିନଚିଟ୍ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ସୁପ୍ରିମକୋର୍ଟ ମାମଲାର ତଦନ୍ତ ସମୟରେ ସିବିଆଇ ଜବତ କାଗଜପତ୍ର ଅଲିମ୍ପିକ୍ ଆସୋସିଏସନକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

OOA land grabbing Case, Supreme Court Gives Clean Chit TO Ashirbad Behera

୨୦୧୭ ମସିହାରେ ସିବିଆଇ ଆଶୀର୍ବାଦ ବେହେରାଙ୍କ ଘର ସମେତ ବାରବାଟୀ ଷ୍ଟାଡିୟମରେ ଥିବା ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର କାର୍ଯ୍ୟାଳୟରେ ରେଡ୍ କରିଥିଲା । ମାମଲାରେ ସୁପ୍ରିମକୋର୍ଟ କୋର୍ଟ କ୍ଲିନଚିଟ୍ ଦେବା ପରେ ଆଶୀର୍ବାଦ ବେହେରା କହିଛନ୍ତି ମୋତେ ଶେଷରେ ନ୍ୟାୟ ମିଳିଛି । ସତ୍ୟ ଓ ନ୍ୟାୟପାଳିକା ଉପରେ ଦୃଢ ବିଶ୍ୱାସ ଥିଲା । ଏହା ସତ୍ୟର ଜୟ ।

Leave a Reply