ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ୍

Women Comission Noticed OTV MD In Minor Girl Gang Rape Case

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ୍ । ମହିଳା କମିଶନ ଦୁଷ୍କର୍ମ ଘଟଣାରେ ଓଟିଭି ପକ୍ଷରୁ ପକ୍ଷ ରଖିବାକୁ ପରିଚାଳିନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ କରିଛନ୍ତି । ପୂର୍ବରୁ ଶିଶୁ ସୁରକ୍ଷା ଆୟୋଗ ଜଗୀଙ୍କୁ ୪୮ ଘଣ୍ଟା ଭିତରେ ପକ୍ଷ ରଖିବାକୁ ମହଲତ ଦେଇଥିଲେ ।

Women Comission Noticed OTV MD In Minor Girl Gang Rape Case

୧୩ ବର୍ଷର ନାବାଳିକାଙ୍କୁ ୧୫ ଦିନ ଧରି ଗଣଦୁଷ୍କର୍ମ । ହେଲେ କମିଶନରେଟ୍ ପୋଲିସ୍‌ର ଆକ୍ସନ ଜିରୋ । ମାଆଙ୍କ ଏତଲା, ପୀଡ଼ିତାଙ୍କ ବୟାନ ପରେ ବି ଏଯାଏଁ ଜଣଙ୍କୁ ଗିରଫ କରି ପାରିନି ପୋଲିସ୍ । କମିଶନରେଟ୍ ପୋଲିସ୍‌ର ନୀରବତାକୁ ନେଇ ଏବେ ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଦୁଷ୍କର୍ମକାରୀଙ୍କୁ ଗିରଫ କରିବା ଦାବିରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ସିଧାସିଧା କହିଚି, ଓଟିଭିର ଅଭିଯୁକ୍ତ କର୍ମଚାରୀଙ୍କୁ ତୁରନ୍ତ ଗିରଫ କର ।

Women Comission Noticed OTV MD In Minor Girl Gang Rape Case

ସେପଟେ ଏତଲାକୁ ୧୬ ଦିନ ବିତିଲାଣି । ହେଲେ ଏଯାଏଁ ଜଣେ ବି ଅଭିଯୁକ୍ତଙ୍କୁ ଗିରଫ୍ କରି ପାରିନି ପୋଲିସ୍ । ଏପରିକି ଘଟଣାର ସମ୍ବେଦନଶୀଳତାକୁ ଅନୁଭବ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ କମିଶନରେଟ୍ ପୋଲିସକୁ ଦେଇଥିଲା ଡେଡ୍‌ଡାଇନ୍ । ହେଲେ ନୋଟିସ୍‌ର ତିନିଦିନ ପରେ କରୋନା ସଂକ୍ରମଣର ଆଳ ଦେଖାଇଛି ପୋଲିସ୍ । ଅଭିଯୁକ୍ତ ଓ ତଦନ୍ତ ପାଇଁ ଗଠନ ହୋଇଥିବା ଟିମର ସଦସ୍ୟ କରୋନା ସଂକ୍ରମିତ ହୋଇଥିବାରୁ ତଦନ୍ତ ବିଳମ୍ବ ହେଉଥିବା ପୋଲିସ୍ ଜଣାଇଛି । ଏଥିପାଇଁ ୩ ସପ୍ତାହର ସମୟ ମାଗିଛି କମିଶନରେଟ୍ ପୋଲିସ୍ । ତେବେ ଅଧ୍ୟକ୍ଷା କହିଛନ୍ତି, ୨୧ଦିନ ନୁହେଁ ୧୪ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କର ।

Women Comission Noticed OTV MD In Minor Girl Gang Rape Case

ନାବାଳିକାଙ୍କ ବୟାନ ରେକର୍ଡ ପରେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ମାମଲାରେ ଟ୍ୱିଷ୍ଟ ନାଁରେ କିଛି ଅଡିଓ ଟେପ୍‌କୁ ଚ୍ୟାନେଲରେ ବାରମ୍ବାର ପ୍ରସାରଣ କରାଯାଉଛି । ଯାହାକୁ ନେଇ ଉଠିଛି ପ୍ରଶ୍ନ । ମାମଲା ସମ୍ପର୍କିତ ଦସ୍ତାବିଜକୁ ପୋଲିସ୍ ପାଖରେ ଦାଖଲ ନକରି, ମାମଲାକୁ ଦିଗହରା କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ଆଜି ଓଟିଭିର ଇନ୍‌ପୁଟ ଏଡିଟରଙ୍କୁ ମହିଳା ଥାନାକୁ ଡାକି ଏନେଇ ପଚରାଉଚରା କରିଛି ପୋଲିସ । ସେପଟେ ନାବାଳିକା ମାମଲାରେ ହସ୍ତକ୍ଷେପ କରିଛି କଟକର ଲିଗାଲ ସେଲ ସଂଗଠନ ଆଶ୍ଵସ୍ତି ଫାଉଣ୍ଡେସନ । ଘଟଣା ବାବଦରେ ସମସ୍ତ ତଥ୍ୟ ମିଳିଲା ପରେ ନାବାଳିକା ଓ ତାଙ୍କ ମାଆଙ୍କୁ ସମସ୍ତ ପ୍ରକାର ଆଇନଗତ ସହାୟତା ଯୋଗାଇ ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

Women Comission Noticed OTV MD In Minor Girl Gang Rape Case

ଆଶ୍ଚର୍ଯ୍ୟର କଥା, ଛୋଟମୋଟ ଚୋରକୁ ଧରିଲେ ପ୍ରେସ୍ କନଫରେନ୍ସ କରୁଥିବା କମିଶନରେଟ୍ ପୋଲିସ୍ କାହିଁକି ଏ ମାମଲାରେ ନୀରବ ? ମାମଲା ପଛରେ କିଛି ବଡ଼ ରାଜ୍ ଅଛି ନା ଘଟଣାକୁ ଘୋଡ଼ାଇବାକୁ ହୋଇଛି ଅଲିଖିତ ରାଜିନାମା ?

Leave a Reply