ରାଜ୍ୟ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ବଢୁଛି ଓଟିଭି ଏମ୍‌ଡିଙ୍କ ଅଡୁଆ । ପୁଣି ହାଜର ହେବା ପାଇଁ ନୋଟିସ ପରେ ସମନ ଜାରି କଲେ ରାଜ୍ୟ ମହିଳା କମିଶନ । ପୂର୍ବରୁ ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଓଟିଭି ଏମ୍‌ଡି ଜଗୀ ମଙ୍ଗତ ପଣ୍ଡାଙ୍କୁ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିଲା  । ଏଥର ଡିସିପିଙ୍କ ଜରିଆରେ ସମନ ଜାରି କରିଛନ୍ତି ମହିଳା କମିଶନ ।

ଅକ୍ଟୋବର ପହିଲା ପୂର୍ବାହ୍ନ ୧୧ଟାରେ ମହିଳା କମିଶନରେ ହାଜର ହେବାକୁ ସମନ ଜାରି ହୋଇଛି  । ପୂର୍ବ ନୋଟିସ ଅନୁସାରେ ଗତକାଲି ଓଟିଭି ଏମ୍‌ଡି ଜଗୀମଙ୍ଗତ ପଣ୍ଡା ମହିଳା କମିଶନଙ୍କ ଅଫିସରେ ହାଜର ହୋଇଥିଲେ ସତ, କିନ୍ତୁ ପଚରାଉଚରା ସମୟକୁ ଉପସ୍ଥିତ ନଥିଲେ  । କାମର ବାହାନା କରି ପକ୍ଷ ରଖିବାର ପାଳି ପଡ଼ିବା ପୂର୍ବରୁ ସେ ଚାଲି ଯାଇଥିଲେ  । ଏହାପରେ ଡିସିପିଙ୍କ ଜରିଆରେ ମହିଳା କମିଶନ ସମନ ଜାରି କରିବେ ବୋଲି କହିଥିଲେ  ।

Police Interrogated OTV HR Head For 10 Hours  In Gang Rape Case

ଅନ୍ୟପଟେ ତଦନ୍ତର ଅପ୍‌ଡେଟ ନେଇ ମହିଳା କମିଶନ ରିପୋର୍ଟ ମାଗିବା ପ୍ରସଙ୍ଗରେ ୩ ସପ୍ତାହ ସମୟ ମାଗିଛନ୍ତି ଡିସିପି । ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି । ଏଥିପାଇଁ ନିଷ୍କର୍ସରେ ପହଞ୍ଚିବାକୁ ବିଳମ୍ବ ହେଉଛି ବୋଲି ଡିସିପି ୩ ସପ୍ତାହ ସମୟ ମାଗିଛନ୍ତି ବୋଲି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା  କହିଛନ୍ତି ।

Leave a Reply