ସମ୍ପୂର୍ଣ୍ଣ ସଂସଦୀୟ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: କରୋନା କଟକଣା ପାଇଁ ସମ୍ପୂର୍ଣ୍ଣ ସଂସଦୀୟ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୯ରୁ ବିଧାନସଭା ବସିବ । କେବଳ ପ୍ରଶ୍ନକାଳକୁ ଛାଡ଼ି ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ, କଲିଂ ଆଟେନସନ ଆଦି ସବୁ ରହିବ । ବସିବା ପାଇଁ ବିଧାୟକମାନେ ୪ଫୁଟ୍‌ ଦୂରତା ବଜାୟ ରଖିବେ । ଦର୍ଶକ ଗ୍ୟାଲେରିରେ ମଧ୍ୟ ବସିବେ ବିଧାୟକ । ୧୪୫ଟି ସିଟ୍‌ ସେଥିପାଇଁ ପ୍ରସ୍ତୁତ ରଖାଯାଇଛି । ସଂସଦ ଭଳି ବିଧାୟକଙ୍କ ସିଟ୍‌ ସମ୍ମୁଖରେ ସିଲ୍‌ଡ‌ ଗ୍ଲାସ୍‌ ଲଗାଯାଇଛି । ଯେଉଁ ବରିଷ୍ଠ ବିଧାୟକ ଆସିପାରିବେନି ସେମାନେ ଆଗରୁ ସୂଚନା ଦେବେ । ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ କିମ୍ବା ଭୁବନେଶ୍ୱର ଓକାକ୍‌ରେ ଭିଡିଓ କନ୍ଫରେନ୍ସିଂରେ ବସିପାରିବେ ।

ସବୁ ଗଣମାଧ୍ୟମର ଗୋଟିଏ ଟିମ୍‌କୁ ଅନୁମତି ମିଳିବ । ସେଥିପାଇଁ ଗଣମାଧ୍ୟମ ଗ୍ୟାରେରି ଫାଙ୍କା ରଖାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । କହିଛନ୍ତି, କୋଭିଡ୍‌ ଉପରେ ଆଲୋଚନା କରିବା ପାଇଁ ସର୍ବଦଳୀୟ ବୈଠକରେ ଦାବି କରିବୁ । ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ବସିବ । ସେପଟେ ସାମ୍ବାଦିକଙ୍କୁ ଅନୁମତି ଦେବା ପାଇଁ ଦାବି ଉଠାଇବୁ ବୋଲି କହିଛନ୍ତି ସାଲୁଜା । ସେହିଭଳି ସବୁ ବିଧାୟକଙ୍କୁ ଅନୁମତି ଦିଆଯାଇଥିବାରୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ପ୍ରଥମେ ସର୍ବଦଳୀୟ ବୈଠକ ହେଉ । ବୈଠକରେ ଆଲୋଚନା ହେବ ବିଧାନସଭା କେମିତି କରାଯିବ ।

Leave a Reply