୪ ମାସର ଗର୍ଭବତୀ ଥିବା ନାବାଳିକାକୁ ଜୀଅନ୍ତା ଜାଳିଦେଲା ପ୍ରେମିକ

ସୁନ୍ଦରଗଡ଼: ତଳସରା ଥାନା ପୋଷ୍ଟ ଅଫିସ ପଡ଼ାରେ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର  । ନାବାଳିକାଙ୍କୁ କିରୋସିନ ଢାଳି ନିଆଁ ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି  । ଶ୍ରୀକାନ୍ତ ପ୍ରଧାନ ନାମକ ଯୁବକଙ୍କ ସହ ନାବାଳିକା ରହୁଥିଲେ  । ଶ୍ରୀକାନ୍ତ ତାଙ୍କୁ ଜୀଅନ୍ତା ଜାଳି ଦେଇଥିବା ସନ୍ଦେହ କରାଯାଉଛି  । ଶ୍ରୀକାନ୍ତ ପ୍ରଧାନ ଫେରାର ଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଯୁବକ ଜଣକ ପୂର୍ବରୁ ବିବାହ କରିଥିଲେ ମଧ୍ୟ ନାବାଳିକାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା । ନବଳିକା ୪ ମାସର ଗର୍ଭବତୀ ଥିଲେ ବୋଲି ସୂଚନା ମିଳିଛି । ନାବାଳିକା ଜଣଙ୍କ ଦିର୍ଘ କିଛି ମାସ ହେବ ଶ୍ରୀକାନ୍ତଙ୍କ ସହ ରହି ଆସୁଥିଲେ । ହଠାତ୍ କଣ ପାଇଁ ଏଭଳି ଘଟଣା ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ତେବେ ଦୁଇଜଣ ଏକାଠି ରହୁଥିବା ବେଳେ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲେ ହେଁ ସମ୍ପୃକ୍ତ ଯୁବକଙ୍କ କୌଣସି ପତ୍ତା ମିଳିନାହିଁ । ଅନ୍ୟପଟେ ନାବାଳିକାଙ୍କୁ ଶ୍ରୀକାନ୍ତ ହିଁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ତଳସରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ।

Leave a Reply