କରୋନା ସଂକ୍ରମିତ ହେଲେ ନୟାଗଡ଼ ଜିଲ୍ଲା ଚିକିତ୍ସାଳୟର ଷ୍ଟାଫନର୍ସ

ନୟାଗଡ଼: କୋଭିଡ୍ ଯୋଦ୍ଧାଙ୍କୁ କରୋନା । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫନର୍ସ କରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କିଛିଦିନ ତଳେ ବାଲୁଗାଁ ଅଞ୍ଚଳର ଜଣେ ବ୍ୟକ୍ତି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା ।

ଷ୍ଟାଫନର୍ସ ଜଣଙ୍କ ତାଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ଷ୍ଟାଫନର୍ସଙ୍କୁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯିବା ସହ ତାଙ୍କ ପରିବାର ଲୋକଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ମେଡିକାଲ କର୍ମଚାରୀ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ଚିକିତ୍ସାଳୟକୁ ସାନିଟାଇଜ୍‌ କରାଯାଇଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି, ଗଞ୍ଜାମରେ ୫ଶହ ପାର୍

ଗତ ୨୪ ଘଣ୍ଟାରେ ନୟାଗଡ଼ ଜିଲ୍ଲାରୁ ୭ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ମୋଟ ୭୬ ଜଣ ସଂକ୍ରମିତ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩୧ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା କୋଭିଡ୍ ହସ୍ପିଟାଲରେ କରାଯାଉଛି ।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

Leave a Reply