ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି, ଗଞ୍ଜାମରେ ୫ଶହ ପାର୍

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪ଶହ ଡେଇଁଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ କୋରନା ସଂକ୍ରମିତଙ୍କ ସଂଖ୍ୟା ୨୪୭୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ୯୦ଜଣ ନୂତନ ସଂକ୍ରମିତଙ୍କ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଏବଂ ଅନ୍ୟ ୧୧ ଜଣ ସ୍ଥାନୀୟ ଲୋକ ପଜିଟିଭ ଆସିଛନ୍ତି।

ଗଞ୍ଜାମରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଗଞ୍ଜାମରେ ୨୨ଜଣ ସଂକ୍ରମିଟ ଚିହ୍ନଟ ହୋଇଛି, ଜିଲ୍ଲାରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାର ହୋଇଛି ।

ନୂତନ ସଂକ୍ରମିତ ମଧ୍ୟରୁ ସର୍ବାଧିକ ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ୨୫, ଗଞ୍ଜାମରେ ୨୨, ନୟାଗଡ଼ ୭, ଭଦ୍ରକ ୯, ବଲାଙ୍ଗିରରେ ୧୬, ସୁନ୍ଦରଗଡ଼ ଓ କଟକରୁ ୫ ଲେଖାଏଁ , ଢେଙ୍କାନାଳ ୧୦, ପୁରୀ ୨,  ବାଲେଶ୍ୱର, ଅନୁଗୁଳ, କଳାହାଣ୍ଡି, ସମ୍ବଲପୁର, ବରଗଡ଼ରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଥିବା ବେଳେ ୧୪୧୬ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୦୫୩ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ସର୍ବାଧିକ ୫୦୦ ସଂକ୍ରମିତଙ୍କ ସହ ଗଞ୍ଜାମ ଲିଷ୍ଟର ଉପରେ ଥିବାବେଳେ ଦ୍ୱିତୀୟରେ ରହିଛି ଯାଜପୁର ଜିଲ୍ଲା ଏଠାରେ ସଂକ୍ରମିତ ସଂଖ୍ୟା ୨୯୦ ରହିଛି ।

Leave a Reply