୧୨ ଘଣ୍ଟା ହେଲା ମେଡିକାଲ ବେଡରେ ପଡ଼ିଛି ମୃତଦେହ, ଜଗିଛନ୍ତି ୨ ନାବାଳକ ପୁଅ

ବୁର୍ଲା: ସଂକ୍ରମଣ ଭୟରେ ହାତ ଛୁଉଁନି ଶବ । ନିର୍ବୋଦ୍ଧ ୨ ନାବାଳକ ପୁଅ ମାଆର ମୃତଦେହ ଜଗି ବସିଛନ୍ତି । ବୁଝି ପାରୁନାହାଁନ୍ତି କେମିତି କରିବେ ସତ୍କାର ? ହୃଦୟନତାର ଏ ଘଟଣା ହେଉଛି ସମ୍ବଲପୁର ଜିଲ୍ଲା ବୁର୍ଲା ଭୀମସାର ମେଡିକାଲର । ଯେଉଁଠି ମେଡିକାଲ୍ ବେଡରେ ଦୀର୍ଘ ୧୨ ଘଣ୍ଟା ହେଲା ମୃତଦେହ ପଡ଼ି ରହିଛି । ସମ୍ପର୍କୀୟ କି ପରିବାର ଲୋକ କେହି ଆସିନଥିବାରୁ ମୃତଦେହରୁ ମେଡିକାଲ ବେଡରୁ ଉଠିପାରୁନି ।

ଖବର ଅନୁସାରେ ବଲାଙ୍ଗିର ଜିଲ୍ଲା ସିଙ୍ଗଦବାହାଲି ଗାଁର ମହିଳା ଜଣଙ୍କ ଗତକାଲି ଅସୁସ୍ଥତା ଯୋଗୁଁ ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି ହୋଇଥିଲେ । ପୂର୍ବରୁ ସ୍ୱାମୀ ଚାଲି ଯାଇଥିବା ବେଳେ ସାହାରା ୨ ନାବାଳକ ପୁଅ ମାଆକୁ ଭଲ କରିବାକୁ ନେଇ ଆସିଥିଲେ ମେଡିକାଲ ।

କିନ୍ତୁ, ଭାଗ୍ୟ ସାଥ୍ ଦେଲାନି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ମାଆ । ତାପରେ କଣ କରିବେ କିଛି ବୁଝିନପାରି ନାବାଳକ ପୁଅ ଦୁହେଁ ମାଆର ମୃତଦେହକୁ ଗତରାତିରୁ ଭୋକ ଉପାସରେ ଜଗି ବସିଛନ୍ତି । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply