ଅନୁଙ୍କୁ ନେଇ ସୋନାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ଜଜ୍ ପଦରେ ରହିବାକୁ ଯୋଗ୍ୟ ନୁହଁନ୍ତି

1 min read

କଟକ: ପୁଣି ବିବାଦୀୟ ମନ୍ତବ୍ୟ ରଖିଲେ ଗାୟିକା ସୋନା ମହାପାତ୍ର । ବାଲିଯାତ୍ରାର ବୈଷ୍ଣବ ପାଣି ମଞ୍ଚରୁ ପ୍ରତିଷ୍ଠିତ ବଲିଉଡ୍‌ ଗାୟକ୍‌ ଅନୁ ମଲ୍ଲିକଙ୍କୁ ନେଇ ବିବାଦୀୟ ମନ୍ତବ୍ୟ । କହିଲେ, ଆମ ଦେଶରେ ଅନୁ ମଲ୍ଲିକ ଭଳି ବ୍ୟକ୍ତିର ଜଜ୍ ହେବାର ଯୋଗ୍ୟତା ନାହିଁ । ସେ କେବେ କାହାର ରୋଲ୍‌ ମଡେଲ ହୋଇପାରିବେନି । ଏଥିସହ ଆହୁରି ୧୦ରୁ ୧୨ ଜଣ ମହିଳା ତାଙ୍କୁ ବିରୋଧ କରୁଥିବା କହିଛନ୍ତି ସୋନା ।

ପୂର୍ବରୁ ମଧ୍ୟ ଇଣ୍ଡିଆନ୍‌ ଆଇଡଲ୍‌ର ଜଜ୍‌ ପଦରୁ ଅନୁ ମଲ୍ଲିକଙ୍କୁ ବହିଷ୍କାର ନେଇ ସୋନ ମହାପାତ୍ର ଦାବି କରି ଆସୁଥିବା ବେଳେ ବାଲିଯାତ୍ରାରେ ତାକୁ ଦୋହରାଇଛନ୍ତି ।

ଅନୁ ମଲ୍ଲିକ ତାଙ୍କୁ ଅଡ୍‌ ଟାଇମ୍‌ରେ ଘରୁ ଡାକିବା ସହ ତାଙ୍କ ସ୍ୱାମୀ ରାମ ସମ୍ପଦଙ୍କ ଉପସ୍ଥିତିରେ ତାଙ୍କୁ ‘ମାଲ’ କହିଥିବା କହିଛନ୍ତି ସୋନା । ପୂର୍ବରୁ ମଧ୍ୟ ଗାୟିକା ଶ୍ୱେତା ପଣ୍ଡିତ ଓ ନେହା ବାସିନ୍‌ ଅନୁ ମଲ୍ଲିକ ସେମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୋନା ମହାପାତ୍ର ଗତକାଲି ବାଲିଯାତ୍ରାରେ ଅତିଥିଭାବେ ଯୋଗଦେଇ ସଙ୍ଗୀତ ପରିବେଷଣ କରିଥିଲେ । ')}

Leave a Reply