ଜଗିବାକୁ ଯାଇଥିଲେ ଧାନ, କଚାଡ଼ି ମାରିଲା ହାତୀ

1 min read

ଢେଙ୍କାନାଳ: ବଢ଼ିବାରେ ଲାଗିଛି ହାତୀ ଆତଙ୍କ । ପୁଣି ହାତୀ ଆକ୍ରମରେ ଆଉ ଜଣଙ୍କ ଜୀବନ ଯାଇଛି । ବିଳମ୍ବିତ ରାତିରେ ବୃଦ୍ଧଙ୍କୁ କଚାଡ଼ି ମାରିଦେଇଛି ଦନ୍ତା ହାତୀ । ଗୁଡ଼ିଆନାଳୀରେ ହାତୀ ଆକ୍ରମଣରେ ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁର ନାରାୟଣ ନାଏକଙ୍କ ମୃତ୍ୟୁ ହୋଇଛି ।

ଗାଁର କିଛି ଲୋକଙ୍କ ସହ ନାରାୟଣ ରାତିରେ ଧାନ ଫସଲ ଜଗିଥିଲେ । ବିଳମ୍ବିତ ରାତିରେ ହାତୀପଲ ଚାଷ ଜମି ଧାନ ଖାଇବାକୁ ମାଡ଼ି ଆସିଥିଲେ । ନାରାୟଣ ହାତୀପଲକୁ ଘଉଡ଼ାଇବା ବେଳେ ଦନ୍ତା ହାତୀ ଶୁଣ୍ଢରେ କଚାଡ଼ି ମାରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପରଜଙ୍ଗ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ')}

Leave a Reply