କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସର ଏତଲା,ଦିଲ୍ଲୀ ଅଭିମୁଖେ SOG

1 min read
Rajasthan crisis: Union minister Gajendra Singh Shekhawat, rebel Congress MLA Bhanwar Lal Sharma booked for conspiracy against Congress govt

ନୂଆଦିଲ୍ଲୀ: ରାଜସ୍ତାନ ରାଜନୀତିରେ ଚାଲିଥିବା ହଟଚମଟ ଭିତରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ପୋଲିସରେ ଏତଲା ଦିଆଯାଇଛି । ଶେଖାୱତଙ୍କ ଏକ ଅଡିଓ କ୍ଲିପ୍ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ଏତଲା ଦାଏର ହୋଇଛି । ଅନ୍ୟପକ୍ଷରେ ଶେଖାୱତ କହିଛନ୍ତି ଯେ, ଅଡିଓରେ ମୋ ଭଏସ ନାହିଁ । ସେ କହିଛନ୍ତି ଯେ, ଅଡିଓରେ ମୋ ସ୍ୱର ନାହିଁ  । ମୁଁ ଯେ କୌଣସି ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି । ଏହମଧ୍ୟରେ ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ୍ ଶେଖାୱତଙ୍କୁ ପଚରା ଉଚରା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି ।

କେନ୍ଦ୍ରମନ୍ତ୍ରୀ ନାଗେନ୍ଦ୍ର ସିଂହ ଶେଖାୱତଙ୍କ କହିବା କଥା ହେଉଛି, ଅଡିଓଟି ମିଛ । ମୁଁ ମାରୁଆଡ଼ି ଭାଷା କହେ ଯେବେ କି ଅଡ଼ିଓ ରେକର୍ଡରେ ଝୁନଝୁନ ଭାଷା ରହିଛି । ଯେଉଁ ଗଜେନ୍ଦ୍ରଙ୍କ କଥା କୁହାଯାଇଛି, ତାହାର କୌଣସି ପଦବୀ ବିଷୟରେ କୁହାଯାଇ ନାହିଁ । କୌଣସି ଅଞ୍ଚଳର କଥା ମଧ୍ୟ କୁହାଯାଇ ନାହିଁ । ଅଡ଼ିଓ ଜୋଡ଼ି ଭାଙ୍ଗି  ପ୍ରସ୍ତୁତ କରାଯାଇଛି । କେନ୍ଦୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମୁଁ କେତେକ ସଞ୍ଜୟ ଜୈନକୁ ଜାଣିଛି ତେଣୁ ମୋତେ କୁହାଯାଉ କି ସେ କେଉଁ ସଞ୍ଜୟ ଜୈନ ଏବଂ ସେ ମୋର କେଉଁ ନମ୍ବରରେ କଥା ହୋଇଛନ୍ତି । ଏହାମଧ୍ୟରେ ଏସଓଜିଙ୍କ ତରଫରୁ କୁହାଯାଇଛି ଯେ,  ମହେଶ ଜୋଶୀ  ଏହି ଅଭିଯୋଗ କରିଛନ୍ତି ।

ଏସୋଜି କହିଛି ଯେ, ଏଥିରେ କଂଗ୍ରେସରୁ ନିଲମ୍ବିତ ବିଧାୟକ ଭମ୍ବରଲାଲ ଶର୍ମା, କେନ୍ଦ୍ରିୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶିକାବତ୍ ଏବଂ ଦଲାଲ ସଞ୍ଜୟ ଜୈନ୍ ନିଜ ନିଜ ଭିତରେ ବିଧାୟକ କିଣା-ବିକା ବିଷୟରେ କହୁଛନ୍ତି । ଏହି ଅଡିଓର ଯାଞ୍ଚ କରି ତଦନ୍ତ କରାଯାଉ । ସଞ୍ଜୟ ଜୈନଙ୍କୁ ଗତକାଲି ଦିନଜାକ ଜେରା କରାଯାଇଥିଲା । ଆଜି ପୁଣି ତାଙ୍କୁ ଜେରା ପାଇଁ ଡକାଯାଇଛି ।

ପୂରା ଘଟଣା କଣ ଥିଲା

କଂଗ୍ରେସ ନେତା ରଣଦୀପ୍ ସୁରଜେବାଲା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ବିରୋଧର ବିଧାୟକଙ୍କ ଘୋଡାବେପାର ଅଭିଯୋଗ ଆଣିଥିଲେ ।  ସୁରଜେବାଲା ୨ଟି ଅଡିଓ ବିଷୟରେ କହିଛନ୍ତି । ଯେଉଁଥିରେ କେନ୍ଦ୍ରୀୟମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବିଦ୍ରୋହୀ କଂଗ୍ରେସ ବିଧାୟକ ଭମ୍ବର ଲାଲ ଶର୍ମାଙ୍କ ମଧ୍ୟରେ ବିଧାୟକ କିଣାବିକା ପାଇଁ ମୁଲଚାଲ ହୋଇଥିଲା ।

ରଣଦୀପ ସୁରେଜବାଲା କହିଛନ୍ତି ଯେ, ଆଜି ବିଜେପି ରାଜସ୍ଥାନର ସରକାର ହଟାଇବାକୁ ଚେଷ୍ଟା କରୁଛି । ଏହାର କିଛି ଅଡ଼ିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ରାଜସ୍ଥାନର କଂଗ୍ରେସ ବିଧାୟକଙ୍କୁ କିଣିବାର ଚେଷ୍ଟା କରାଯାଉଛି । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶଖାବତ୍ ଏହି ପୂରା ଯୋଜନାରେ ସାମିଲ ଅଛନ୍ତି । ତାଙ୍କ ଉପରେ ତୁରନ୍ତ ଆକ୍ସନ ନିଆଯିବା ଆବଶ୍ୟକ ଏବଂ ତାଙ୍କୁ ଗିରଫ କରାଯିବା ଉଚିତ୍ ।

କଂଗ୍ରେସ ୨ଜଣ ବିଦ୍ରୋହୀ ବିଧାୟକ ନିଲମ୍ବିତ

ଅଡିଓ କ୍ଲିପ୍ ସାମ୍ନାକୁ ଆସିବା ପରେ କଂଗ୍ରେସ ବାଗି ବିଧାୟକ ଭମ୍ବର ଲାଲ ଶର୍ମା ଏବଂ ବିରେନ୍ଦ୍ର ସିଂହଙ୍କୁ ନିଲମ୍ବିତ କରିଛନ୍ତି । ଏହାସହ ଦୁଇ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

Leave a Reply