ଅମ୍ୱାଲା ଏୟାରବେସ୍‌ରେ ଲ୍ୟାଣ୍ଡ କଲା ‘ରାଫେଲ୍’

1 min read

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ । ଭାରତରେ ମାଟିରେ ଲ୍ୟାଣ୍ଡ କଲା ଅତ୍ୟାଧୁନୀକ ଯୁଦ୍ଧ ବିମାନ ‘ରାଫେଲ’ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନୀକ ରାଫେଲ ଜେଟ୍ ଭାରତ ମାଟିରେ ଲ୍ୟାଣ୍ଡ କରିସାରିଛି । ଫ୍ରାନ୍ସରୁ ଏହି ୫ଟି ରାଫେଲ୍ ଯୁଦ୍ଧ ବିମାନ ଅମ୍ୱାଲା ଏୟାରବେସ୍‌ରେ ଆସି ପହଞ୍ଚିଛି ।

ଏହାର କିଛି ସମୟ ପରେ ଏହି ୫ଟି ଯୁଦ୍ଧ ବିମାନ ବାୟୁସେନାରେ ପ୍ରବେଶ କରିଥିଲା । ଏବଂ ବାୟୁସେନାର ରେଡିଓ ସିଗ୍ନାଲ ଦ୍ୱାରା ଏମାନଙ୍କୁ ସ୍ୱାଗତ କରାଯାଇଛି । ଫ୍ରାନ୍ସରୁ ଆସୁଥିବା ୫ଟି ରାଫେଲ୍ ବିମାନକୁ ୨ଟି su-30 MKIs  ଏସ୍‌କର୍ଟ ଦେଉଥିବା ଦେଖିବାକୁ ମିଳିଥିଲା ।  ଯାହାର ଦୃଶ୍ୟ ବିହଙ୍ଗମାନ ପକ୍ଷୀ ସଦୃଶ୍ୟ ରହିଥିଲା  ।

ତେବେ ସରୁକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଏବଂ ଧୁଲକୋଟ, ବଲଦେବ ନଗର, ଗରନାଲ ପଞ୍ଚେଖରା ଇତ୍ୟାଦି ସ୍ଥାନରୁ ଏୟାରଫୋର୍ସ ଷ୍ଟେସନର କୌଣସି ଫଟୋ ଉଠାଇବାକୁ ନିଷେଧ କରାଯାଇଛି ।

ଏକ ସପ୍ତାହ ମଧ୍ୟରେ ଏହି ଯୁଦ୍ଧବିମାନ ଯେ କୌଣସି ମିଶନ ପାଇଁ ପ୍ରସ୍ତୁତ ହୋଇଯିବ । ଫ୍ରାନ୍ସରୁ ଆସିଥିବା ଏହି ଯୁଦ୍ଧ ବିମାନ ଉଡ଼ାଇବାକୁ ସମୁଦାୟ ୧୨ ଜଣ ପାଇଲଟଙ୍କୁ ତାଲିମ ଦିଆଯାଇଛି । ପ୍ରାୟୂ ୭ ହଜାର କିଲୋମିଟରର ଦୂରତା ଅତିକ୍ରମ କରି ଆମ୍ୱାଲା ଏୟାରବେସରେ ପହଞ୍ଚିଛି । ଏହି ଅବସରରେ ଏୟାର ଚିଫ୍‌ ଏୟାର ମାର୍ସଲ ବି.ଏସ୍ ଧାନୋ ମଧ୍ୟ ଉପସ୍ଥିତ ।

 

 

Leave a Reply