ନିର୍ଭୟା ଦୋଷୀଙ୍କୁ ଫାଶୀ: ପ୍ରଧାନମନ୍ତ୍ରୀ କହିଲେ,ଶେଷରେ ନ୍ୟାୟ ମିଳିଲା

1 min read

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଶେଷକୁ ନ୍ୟାୟ ମିଳିଛି । ୨୦୧୨ ଘଟଣାର ୭ ବର୍ଷ  ପରେ ଚାରି ଦୋଷୀଙ୍କୁ ଫାଶୀ ମିଳିଛି । ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ପ୍ରତିକ୍ରିୟା ରଖିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନରେନ୍ଦ୍ର ମୋଦି ଟ୍ୱିଟ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ଦିଲ୍ଲୀ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ପରେ ନ୍ୟାୟ ମିଳିଛି । ମହିଳାଙ୍କ ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply