ଲଦାଖ ଗସ୍ତରେ ସିନ୍ଧୁ ନଦୀକୁ ପୂଜା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଭାଇରାଲ ହେଉଛି ଫଟୋ

1 min read

ଲଦାଖ: ଲଦାଖ ଗଲେ ସିନ୍ଧୁ ନଦୀକୁ ପୂଜା କଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଲଦାଖ ଗସ୍ତ ସମୟରେ ନିମୁ ଭ୍ୟାଲିରେ ସିନ୍ଧୁ ନଦୀକୁ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ମୋଦି ପୁଷ୍ପଅର୍ପଣ କରିଥିଲେ । ଗତକାଲିର ଏହି ଭିଡିଓ ଆଜି ସାମ୍ନାକୁ ଆସିଛି  ।

ମୋଦି ଗତକାଲି ଲଦାଖରେ ବୀର ଯବାନଙ୍କ ସହ ସମୟ ବିତାଇଥିଲେ, ଏହି ଅବସରରେ ସୀମା ସ୍ଥିତି ନେଇ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପିଏମ  । ସେହିଭଳି ସଂଘର୍ଷରେ ଆହତ ହୋଇ ଚିକିତ୍ସିତ ହେଉଥିବା ବୀର ଯବାନମାନଙ୍କୁ ମଧ୍ୟ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜଣାଇ ରଖୁଛୁ ଯେ, ସିନ୍ଧୁ ଦର୍ଶନ ପର୍ବ ପ୍ରତିବର୍ଷ ପୂର୍ଣ୍ଣିମାରେ ସିନ୍ଧୁ ନଦୀ କୂଳରେ ପାଳନ କରାଯାଏ । ଏହା ୩ ଦିନ ଯାଏ ପାଳନ କରାଯାଏ । ଭାରତର ଏକତାକୁ ଦର୍ଶାଇବା ପାଇଁ ଏହି ପର୍ବ ପାଳନ କରାଯାଏ ।

Modi At Leh Ladakh

ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ରେ ଉତ୍ତେଜନା ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଲି ହଠାତ୍ ଲେହରେ ପହଞ୍ଚିଥିଲେ । ପିଏମ ମୋଦୀଙ୍କ ଏହି ଆଶ୍ଚର୍ଯ୍ୟଜନକ ଗସ୍ତ ଚୀନ୍ ସମେତ ସମଗ୍ର ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେଇଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେହ ଯାଇ ଏକ ବଡ ପଦକ୍ଷେପ ନେଇଛନ୍ତି । ଏଥିରୁ ଚୀନ୍‌କୁ ଏକ ବାର୍ତ୍ତା ମିଳିଛି ଯେ ଭାରତ ପଛକୁ ଫେରିବ ନାହିଁ ।

Modi in LAC : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲେହ ଗସ୍ତ କାହିଁକି ଚୀନ୍ ଓ ପାକିସ୍ତାନକୁ ଚମକାଇ ଦେଇଛି ? ଜାଣନ୍ତୁ

Leave a Reply