ଯଦୁପୁର ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ

1 min read

ନୟାଗଡ଼: ଯଦୁପୁର ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ । ଏନେଇ ପୋକ୍ସୋ କୋର୍ଟରେ ଆବେଦନ କରିଛି ଏସଆଇଟି । ଯଦୁପୁର ପରୀ ହତ୍ୟା ମାମଲାରେ ସରୋଜକୁ ଗିରଫ କରାଯାଇଛି  । ପୂର୍ବରୁ ଏସଆଇଟି  ୩ଦିନିଆ ରିମାଣ୍ଡରେ ନେଇ ସରୋଜଠାରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଥିଲା ।  ଯଦୁପୁର ଗାଁରେ ଘଟଣାସ୍ଥଳରେ କ୍ରାଇମ ସିନ ରିକ୍ରିଏଟ କରି ଦେଖାଇଥିଲା ସରୋଜ । ଏବେ ସରୋଜ ନୟାଗଡ଼ ସବ୍ ଜେଲରେ ଅଛି ।

ପରୀକୁ ନ୍ୟାୟ ଦେବା ପାଇଁ ଦାବି କରି ରାଜରାସ୍ତାରୁ ଆରମ୍ଭକରି ବିଧାନସଭା ଗୃହ ଉଠୁଛି ପଡ଼ୁଛି । ନ୍ୟାୟ ପାଇଁ ରାଜ୍ୟର ପ୍ରତି ରାସ୍ତାରେ ହେଉଛି କ୍ୟାଣ୍ଡେଲ ମାର୍ଚ୍ଚ । ଆଉ ଏହାରି ଭିତରେ ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କରିଥିଲା ଓଡିଶା ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ବା SIT । ଗିରଫ ପରେ ଅଭିଯୁକ୍ତ ସରୋଜ ସେଠୀକୁ ତିନି ଦିନିଆ ରିମାଣ୍ଡରେ ମଧ୍ୟ ନିଇଥିଲା ଏସ୍‌ଆଇଟି । ନୟାଗଡ଼ ଜେଲରୁ ତାକୁ ରିମାଣ୍ଡରେ ନେଇଥିବା ଏସ୍‌ଆଇଟି ଟିମ୍ ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ କରିଛି ।

Pocso Court Grants 3 Day Remand To Pari Murder Accused

ଗଲା କିଛି ଦିନ ହେଲା ପରୀ ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ପ୍ରଦଶର୍ନ କରାଯାଇଥିଲା । ରାଜ୍ୟ ସରକାର ନାବାଳିକା ପରୀର ପରିବାରକୁ ନ୍ୟାୟ ପ୍ରଦାନ କରିବା ଉେଦ୍ଦେଶ୍ୟରେ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅନୁସନ୍ଧାକାରୀ ଦଳ ଗଠନ କରିଥିଲେ । ଏସ୍‌ଆଇଟି ତନାଘନା କରି ଏବେ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଆବଶ୍ୟକ ତଥ୍ୟ ପ୍ରମାଣ ମଧ୍ୟ ହାସଲ କରିଥିବା ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ଅଧିକ ତଥ୍ୟ ହାସଲ କରିବା ପାଇଁ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ କରିବା ପାଇଁ ପୋକ୍ସୋ କୋର୍ଟରେ ଆବେଦନ କରିଛି ଏସଆଇଟି ।

ନୟାଗଡ଼ ପରୀ ହତ୍ୟା ମାମଲା, ଚାର୍ଜସିଟ୍‌ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Leave a Reply