ଇମ୍ରାନ ଖାନଙ୍କୁ ଭାରତ ଚିନ୍ତା, ହସ୍ତକ୍ଷେପ ପାଇଁ ବାଇଡେନଙ୍କୁ ନିବେଦନ

1 min read

ନୂଆଦିଲ୍ଲୀ: ଭାରତ ବିରୋଧରେ ପୁଣି ପାକିସ୍ତାନର ଚାଲ୍ । ସିଏଏ, ଧାରା ୩୭୦ ପରେ ପୁଣି ଆମେରିକାର ହସ୍ତକ୍ଷେପ ଲୋଡ଼ିଲା ପାକିସ୍ତାନ । ଭାରତରେ ଚାଲିଥିବା କୃଷି ଆଇନକୁ ସମର୍ଥନ ଆଳରେ ପୁଣି ମୁଣ୍ଡ ଖେଳାଇଛି ପାକିସ୍ତାନ । ଜାନୁଆରୀ ୨୬ରେ ଦିଲ୍ଲୀରେ ଆନ୍ଦୋଳନ କରିଥିବା ଲୋକଙ୍କ ପ୍ରତି ପାକିସ୍ତାନ ବିଦେଶ ମାମଲା ସଂସଦୀୟ ସମିତି ସହାନଭୂତି ଦେଖାଇଛି । ଆନ୍ଦୋଳନ ବେଳେ ଭାରତ ମାନବାଧିକାର ଉଲ୍ଲଂଘନ କରିଥିବା ପାକିସ୍ତାନ ଅଭିଯୋଗ କରିବା ସହ ଆମେରିକାର ଜୋ ବାଇଡେନ୍ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛି ।

Pakistan Govt Urged To Raise India Rights Violations With Biden Administration

ପାକିସ୍ତାନ ସାଂସଦ ମୁସୈଦ ହୁସୈନ ସୈୟଦଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହ ମହମୁଦ କୁରେସୀ ଉପସ୍ଥିତ ଥିଲେ । ବିଦେଶ ମାମଲା ସଂସଦୀୟ ସମିତି କହିଛି- ମୋଦି ସରକାରଙ୍କ ଦ୍ୱାରା ଅତ୍ୟାଚାରକୁ ବିରୋଧ କରୁଥିବା ଲୋକଙ୍କ ଲାଗି ଜାନୁଆରୀ ୨୬ କଳା ଦିବସ ଥିଲା । ନୂଆଦିଲ୍ଲୀର ଲାଲକିଲ୍ଲାରେ ଶିଖ୍ କୃଷକ ନିଜର ପବିତ୍ର ପତାକା ଉଡ଼ାଇଥିଲେ । ଆମେ ସେହି କୃଷକଙ୍କ ସହ ଅଛୁ ବୋଲି ପାକିସ୍ତାନ କହିଛି ।

Pakistan Govt Urged To Raise India Rights Violations With Biden Administration

ଏଥିସହ ବିଜେପର ଘନିଷ୍ଠ ଆରଏସ୍ଏସକୁ ଟାର୍ଗେଟ୍ କରିଛି ପାକିସ୍ତାନ । ୨୦୧୯ରେ ଭାରତରେ ୧୦ ହଜାର କୃଷକ ଆତ୍ମହତ୍ୟା କରିଥିବା ପାକିସ୍ତାନ କହିବା ସହ ଧର୍ମ ପାଇଁ ମୁସଲମାନଙ୍କୁ ଟାର୍ଗେଟ୍ କରାଯାଉଥିବା କହିଛି । ମାନବାଧିକାର ଉଲ୍ଲଂଘନର ଏହି ମାମଲା ଉପରେ ଜାତିସଂଘ ମାନବାଧିକାର ପରିଷଦ, ୟୁରୋପୀୟ ସଂସଦ, ୟୁରୋପୀୟ ୟୁନିୟନ କୋର୍ଟ ଓ ଆମେରିକାର ବାଇଡେନ୍ ସରକାର ହସ୍ତକ୍ଷେପ କରନ୍ତୁ ।

Pakistan Govt Urged To Raise India Rights Violations With Biden Administration

ଏହାବ୍ୟତୀତ ଆତଙ୍କବାଦୀଙ୍କ ଏନ୍ତୁଡ଼ିଶାଳ ପାକିସ୍ତାନ ହୋଇଥିବା ବେଳେ ବୈଠକରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଆତଙ୍କବାଦକୁ ଭାରତ ପ୍ରୋତ୍ସାହନ ଦେଉଥିବା କହିଥିଲେ । ଏଥିସହ ଆତଙ୍କବାଦ ଦ୍ୱାରା ପାକିସ୍ତାନ ପୀଡ଼ିତ ଥିବା କହିଥିଲେ କୁରେସୀ । ସମିତିରେ କାଶ୍ମୀର ପ୍ରସଙ୍ଗରେ ବି ଆଲୋଚନା ହୋଇଥିଲା । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉପରେ ଅନ୍ତର୍ଜାତୀୟ ସମର୍ଥନ ଯୋଗାଡ଼ ପାଇଁ ଉଦ୍ୟମ କରିଥିବା ବେଳେ ବିଳ ହୋଇସାରିଛି ।

Leave a Reply