ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇପାରେ ଅକ୍ସଫୋର୍ଡ କରୋନା ଟିକା, ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସିଇଓ ଅଦର ପୁନେୱାଲାଙ୍କ ସୂଚନା

1 min read

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ମାସରେ ପ୍ରସ୍ତୁତ ହୋଇପାରେ ଅକ୍ସଫୋର୍ଡ କରୋନା ଟିକା । ଆସନ୍ତାବର୍ଷ ପ୍ରଥମ ବ୍ୟାଚରେ ୧୦୦ ମିଲିୟନ୍ ଡୋଜ୍ ଟିକା ପ୍ରସ୍ତୁତି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ୨୦୨୧ ଦ୍ୱିତୀୟ କିମ୍ବା ତୃତୀୟ କ୍ୱାର୍ଟରରେ ଉପଲବ୍ଧ ହୋଇପାରେ ବୋଲି ପୁନେ ସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି । ଡିସେମ୍ବର ଶେଷ ସୁଦ୍ଧା ପରୀକ୍ଷଣ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଯିବ । ଭାରତର କୋଭିଶିଲ୍ଡ ନାମକ ChAdOx1 nCoV-19 ଟିକା ଡିସେମ୍ବର ମାସ ସୁଦ୍ଧା ପ୍ରସ୍ତୁତ ହୋଇପାରେ ବୋଲି କହିଛି।

ସବୁ ଠିକ୍ ରହିଲେ ଜାନୁଆରୀ ମାସରେ ଟିକା ଉପଲବ୍ଧ ହୋଇପାରିବ ବୋଲି ପୁନାୱାଲା କହିଛନ୍ତି । ବ୍ରିଟେନ୍‌ରେ ଟିକାର ଆଡଭାନ୍‌ସ ଟ୍ରାଏଲ୍ ଚାଲିଛି । ତଥ୍ୟ ମିଳିଲେ ଜରୁରୀକାଳୀନ ଟ୍ରାଏଲ୍ ଅନୁମତି ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଆବେଦନ କରାଯିବ । ସେଠାରୁ ମଂଜୁରୀ ମିଳିଲେ ଦେଶରେ ମଧ୍ୟ ଆଡଭାନ୍‌ସ ଟ୍ରାଏଲ୍ କରାଯାଇପାରିବା । ଏସବୁ ସଫଳ ହେଲେ ଆସନ୍ତା ଡିସେମ୍ବର ମଧ୍ୟ ଭାଗରେ କରୋନା ଭ୍ୟାକସିନ୍‌ ପ୍ରସ୍ତୁତ ହୋଇଯିବ ବୋଲି ପୁନେୱାଲା କହିଛନ୍ତି । ଏବେ ସାରା ବିଶ୍ୱରେ ୧୫୦ରୁ ଅଧିକ କରୋନା ଟିକାର ପରୀକ୍ଷଣ ଜାରି ରହିଛି । ଏହାମଧ୍ୟରୁ ୩୮ଟିର ମାନବୀୟ ପରୀକ୍ଷଣ ଜାରି ରହିଛି । ଏଭଳି ସ୍ଥିତିରେ ଅଦର ପୁନାୱାଲାଙ୍କ ବୟାନ କରୋନା ଟିକା ନେଇ ଆଶା ବଢାଇଛି ।

ସୂଚନା ଅନୁଯାୟୀ, ଭାରତରେ ତିନୋଟି ଟିକା ବିକାଶର ପର୍ଯ୍ୟାୟରେ ରହିଛି, ସେଥିମଧ୍ୟରୁ ଗୋଟିଏ ଦ୍ୱିତୀୟ ପର୍ଯ୍ୟାୟରେ ଏବଂ ଦୁଇଟି ତୃତୀୟ ପର୍ଯ୍ୟାୟରେ ରହିଛି । ସରକାର ଏହା ପୂର୍ବରୁ ଆକଳନ କରିଥିଲେ ଯେ, ପ୍ରଥମେ ୪୦୦-୫୦୦ କୋଭିଡ ଟିକା ବ୍ୟବହାର କରିବାର ସମ୍ଭାବନା ଅଛି । ଏବଂ ଜୁଲାଇ ୨୦୨୧ ସୁଦ୍ଧା ୨୫ କୋଟି ଲୋକଙ୍କୁ ଟିକା ଦିଆଯାଇପାରିବ।

Leave a Reply