ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ଗଞ୍ଜାମ ପ୍ଲାନ୍

Odisha News, State Government Made A special Plan For Ganjam

ବ୍ରହ୍ମପୁର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ଗଞ୍ଜାମ ପ୍ଲାନ୍ । ହାରିବ ଭୂତାଣୁ, ଜୀତିବ ଜୀବନ । ଗଞ୍ଜାମ କରୋନା ଯୁଦ୍ଧରେ ସେନାପତି ସାଜିଛନ୍ତି ୨ ବରିଷ୍ଠ ଆଇଏଏସ୍‌ ଅଧିକାରୀ । ଭଂଜନଗର ଓ ଛତ୍ରପୁରରୁ ସଂକ୍ରମଣ ରୋକିବାକୁ କରିବେ ସମରସଜ୍ଜା, ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି । ଏଥିସହ ୬ଜଣ ଓଡିଶା ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥର ଭୂତାଣୁକୁ ତୃଣମୂଳସ୍ତରରୁ ମାତ୍ ଦେବାକୁ ହୋଇଛି ପ୍ରସ୍ତୁତି । ବିଭିନ୍ନ ପଞ୍ଚାୟତରେ କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମ୍‌ରେ ସ୍ୱାସ୍ଥ୍ୟ ସେବା ତ୍ୱରାନ୍ୱିତ କରାଯିବ । ଜିଲ୍ଲାର ୨୨ଟି ବ୍ଲକକୁ ସିଲ୍ କରାଯାଇଛି । ବ୍ୟାରିକେଡ୍ କରାଯାଇ ଲୋକଙ୍କୁ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେପଟେ କୋଭିଡ୍ ଗାଇଡଲାଇନ୍‌ର କଡ଼ାକଡ଼ି ପାଳନ ସହ ସ୍ୱାସ୍ଥ୍ୟ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି ।

ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ପାର ହୋଇଛି । ଆଉ ୨୦ ଛୁଇଁଛି ମୃତ୍ୟୁସଂଖ୍ୟା । ଆକ୍ରାନ୍ତଙ୍କ ଚିକିତ୍ସା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି । ଏଥିସହ କରୋନା ଯୋଦ୍ଧାଙ୍କ ପାଇଁ ସବୁ ଅଫିସରେ କୋଭିଡ୍ ମନିଟର ରଖାଯାଇଛି । ସଂକ୍ରମଣ ରୋକିବାକୁ କୋଭିଡ୍ ନିୟମକୁ କଡାକଡ଼ି ଭାବେ ପାଳନ ଉପରେ ଜୋର ଦିଆଯାଉଛି ।

Leave a Reply