କାଲିଠୁ ଲକ୍ ଡାଉନ୍ ହେବ ଆଉ ୯ ଜିଲ୍ଲା, ରାଜ୍ୟରେ ଗଡ଼ିବନି ଯାତ୍ରୀବାହୀ ବସ୍

1 min read

ଭୁବନେଶ୍ୱର: କରୋନା ସଂକ୍ରମଣକୁ ପ୍ରତିରୋଧ କରିବାକୁ ରାଜ୍ୟ ସରକାର ନୂଆ କଟକଣା ଜାରି କରିଛନ୍ତି । ପୂର୍ବରୁ ସରକାର ୫ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଆଜି ଆଉ ୯ଟି ଜିଲ୍ଲାକୁ ଏଥିରେ ଯୋଡ଼ିଛନ୍ତି । ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୪ ତାରିଖ ସକାଳ ୭ଟାରୁ ୯ଟି ଜିଲ୍ଲା ଲକ୍ ଡାଉନ ରହିବ । ଏହି ଜିଲ୍ଲା ଗୁଡ଼ିକ ହେଉଛି ପୁରୀ, ନୟାଗଡ଼, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ, ଯାଜପୁର, ବାଲେଶ୍ୱର, ସମ୍ବଲପୁର, ଝାରସୁଗୁଡ଼ା । ଏଥିସହ ରାଉରକେଲା ଷ୍ଟିଲ୍ ଟାଉନସିପ ଲକ୍ ଡାଉନ କରାଯିବ ବୋଲି କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

ଏଥିସହ ଆସନ୍ତାକାଲି ଠାରୁ ଅର୍ଥାତ୍ ୨୪ ମାର୍ଚ୍ଚ ସକାଳ ୧୧ଟାରୁ ରାଜ୍ୟରେ ଯାତ୍ରୀବାହୀ ବସ୍ ସେବାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ । ଆଜି ରାତିରୁ ସମଗ୍ର ରାଜ୍ୟରେ ସିଟି ବସ୍ ସେବା ବନ୍ଦ ରହିବ । ଏନେଇ ନିର୍ଦ୍ଦେଶନାମା ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ବଳବତ୍ତର ରହିବ । ତେବେ, ଲକ୍ ଡାଉନ ବେଳେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ । ମାଲବାହୀ ଯାନ ଉପରେ ପ୍ରତିବନ୍ଧକ ଲାଗିବ ନାହିଁ । ତେବେ, ଲକ୍ ଡାଉନକୁ ଅମାନ୍ୟ କରି କେହି ବାହାରିକୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଲକ୍ ଡାଉନକୁ ଅଧିକ ପ୍ରଭାବଶାଳୀ କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

ଏଥିସହ ସମସ୍ତ CHC, PHCରେ ପାଣି, ଶୌଚାଳୟ ଓ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବିଡିଓଙ୍କୁ ଅର୍ଥ ପ୍ରଦାନ ପାଇଁ ଦାୟିତ୍ୱ ଦିଆଯାଇଛି । ଏପ୍ରିଲ୍ ୩୦ ତାରିଖ ଯାଏଁ ରାଜ୍ୟରେ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ । ଲଡ଼ୁ ଭଳି ଶୁଖିଲା ଖାଦ୍ୟକୁ ଅଙ୍ଗନୱାଡ଼ି କର୍ମୀ ହିତାଧିକାରୀଙ୍କ ଘରେ ପହଞ୍ଚାଇବେ ।  ବ୍ୟାଙ୍କ, ବୀମା ଭଳି କାର୍ଯ୍ୟାଳୟ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

ସଂଘରୋଧ ଖିଲାପ ପାଇଁ କାର୍ଯ୍ୟାନୁଷ୍ଠାନ ହେଉଛି । ଉଜବେକିସ୍ତାନରୁ ଫେରିଥିବା ବ୍ୟକ୍ତି କୋଭିଡ୍-୧୯ରେ ପଞ୍ଜିକରଣ କରିନଥିଲେ । ତାଙ୍କ ନାଁରେ ଧନୁପାଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି । ୨ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

 

Leave a Reply