କରୋନା ରୋକିବାକୁ କଡ଼ା ପଦକ୍ଷେପ, ତାରିଖ ଅନୁସାରେ ରାସ୍ତାରେ ଗଡ଼ିବ ଗାଡ଼ି

1 min read

ଭୁବନେଶ୍ୱର: ରାଜ୍ୟରେ ଲାଗୁହେଲା ଅଡ୍-ଇଭିନ୍ ଫର୍ମୁଲା । ଏଣିକି ତାରିଖ ଅନୁସାରେ ରାସ୍ତାରେ ଗଡ଼ିବ ଗାଡ଼ି । କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରେ ଏହି ନିୟମ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରାଯାଇଛି । ନିୟମ ଅନୁସାରେ ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର ଥିବା ଗାଡ଼ି ଓ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ଥିବା ଗାଡ଼ି ରାସ୍ତାରେ ଗଡ଼ିବ ।

କରୋନା ମୁକାବିଲା ପାଇଁ ଏକାଠି ହେଲେ କେନ୍ଦ୍ର ଓ ରାଜ୍ୟ, ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପ୍ରଶଂସା

ତେବେ, ସମସ୍ତ ଗାଡ଼ି କ୍ଷେତ୍ରରେ ଏହି ନିୟମ ଲାଗୁ ନୁହେଁ । କେବଳ ସାଧାରଣ ପରିବହନରେ ବ୍ୟବହାର କରାଯାଉଥିବା ଅଟୋ ରିକ୍ସା, ଟ୍ସାକ୍ସି ଓ ବସ୍ କ୍ଷେତ୍ରରେ ଏହା ଲାଗୁ ହୋଇଛି । ପୂର୍ବଭଳି ଘରୋଇ ଓ ବ୍ୟକ୍ତିଗତ ଗାଡ଼ିକୁ ସବୁଦିନ ରାସ୍ତାରେ ଚଲାଇପାରିବେ । ସରକାରୀ କାମରେ ନିୟୋଜିତ ଗାଡ଼ି, ମେଡିକାଲରେ ନିୟୋଜିତ ଗାଡ଼ି ଓ ଜରୁରୀକାଳୀନ ଗାଡ଼ି ମଧ୍ୟ ନିୟମ ଦ୍ୱାରା ପ୍ରଭାବିତ ହେବ ନାହିଁ ।

ଅଡ୍-ଇଭିନ୍ ସ୍କିମ୍ ଅନୁଯାୟୀ ଆପଣଙ୍କ ଗାଡ଼ିର ନମ୍ବର ୨, ୪, ୬, ୮, ୦ ହୋଇଥିଲେ ଆପଣ ୪, ୬, ୮, ୧୦, ୧୨ ତାରିଖରେ ସଡ଼କରେ ଗାଡ଼ି ଚଳାଇ ପାରିବେ । ଏହାକୁ ନମାନିଲେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଗାଡ଼ିର ନମ୍ବରର ପ୍ରଥମ ଅଙ୍କ ୧, ୩, ୫, ୭, ୯ ହୋଇଥିଲେ ୫, ୭, ୯, ୧୧, ୧୩ ଓ ୧୫ ତାରିଖରେ ଗାଡ଼ି ଚଳାଇପାରିବେ ।

ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

କେନ୍ଦୁଝର ଜିଲ୍ଲାର ୫ଟି ପୌରାଞ୍ଚଳ କେନ୍ଦୁଝର, ଯୋଡ଼ା, ଚମ୍ପୁଆ, ବଡ଼ବିଲ, ଆନନ୍ଦପୁରରେ ଏହି ନିୟମ ଲାଗୁ ହୋଇଛି । ଝାରସୁଗୁଡ଼ା ପୌର ପରିଷଦରେ ନିୟମକୁ ଲାଗୁ କରାଯାଇଥିବା ବେଳେ ରବିବାର ଯାନବାହନ ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । ଅଡ୍-ଇଭିନ୍ ଫର୍ମୁଲା ଦ୍ୱାରା ଗୋଟିଏ ଗାଡ଼ି ୨୪ ଘଣ୍ଟା ନଗଡ଼ିଲେ ଗାଡ଼ିରେ କରୋନା ଭାଇରସ୍ ଥିଲେ ତାହା ନଷ୍ଟ ହୋଇଯିବ ।

Leave a Reply