ଇଟାଲୀ ଫେରନ୍ତାଙ୍କ ରାଜସ୍ଥାନରେ ମୃତ୍ୟୁ: କରୋନାରେ ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି

1 min read

ଦେଶରେ COVID-19 ଯୋଗୁଁ ଆଉ ଜଣେ ରୋଗୀଙ୍କ ମୃତ୍ୟୁ । ଏଥିସହିତ ଦେଶରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ମୃତକ ଜଣଙ୍କ ରାଜସ୍ଥାନର, ସେ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ । ତାଙ୍କୁ ସବାଇ ମାନସିଂହ ହସ୍ପିଟାଲର ଆଇସୋଲେସନ୍‌ ଓ୍ୱାର୍ଡରେ ରଖାଯାଇଥିଲା । କିନ୍ତୁ କିଛି ଦିନ ପୂର୍ବରୁ ତାଙ୍କ ରିପୋର୍ଟ ପଜେଟିଭ୍‌ ଆସିଥିଲା । କିନ୍ତୁ କିଡନୀ ଏବଂ ହୃତପିଣ୍ଡ ଇନ୍‌ଫେକସନ୍‌ ଅଧିକ ହେବାରୁ ତାଙ୍କୁ ବଞ୍ଚାଇବା କଷ୍ଟକରି ହୋଇପଡ଼ିଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା ।

ଅପରପକ୍ଷରେ ଏହି ମହାମାରୀରୁ ରୋକିବା ନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ବାହାର ଦେଶରୁ ଆସୁଥିବା ଲୋକଙ୍କ ରେଜିଷ୍ଟ୍ରେସନ୍ କରାଇବା ନେଇ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗତକାଲି ରାଜ୍ୟର ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

Leave a Reply