କିଏ କରୁଛି କ’ଣ ପାଇଁ ଫୋନ୍ କଲ୍ , ଏଥର ଜାଣିହେବ…

1 min read

ନୂଆଦିଲ୍ଲୀ: Truecaller ଏକ ନୂଆ ଫିଚର ଆରମ୍ଭ କରିଛି । ଏହି ଫିଚର ଦ୍ୱାରା ଆପଣ ଜାଣିପାରିବେ ଯେ, କଲର କଣ ପାଇଁ କଲ କରିଛି । ଫୋନ୍ କରିବାର କାରଣ ମଧ୍ୟ ଜାଣିହେବ । ବାସ୍ତବରେ, କମ୍ପାନୀ କଲର୍ ID ରେ ଏକ ନୂଆ ଅପସନ୍ ଯୋଡା ଯାଇଛି । ନୂଆ ଫିଚରର ନାଁ ହେଉଛି କଲ ରିଜନ୍ (Call Reason) । ଏହି ଫିଚର ଦ୍ୱାରା ୟୁଜରମାନେ କଲ୍ କରିବାର କାରଣ ସେଟ୍ କରିପାରିବେ । କଲ୍ ଆସିଲେ ଆପଣ କଲର କାରଣ କ’ଣ ଜାଣିପାରିବେ ।

ବ୍ୟକ୍ତିଗତ, ବ୍ୟବସାୟିକ କିମ୍ବା କଲ୍ ଅର୍ଜେଣ୍ଟ କଲ ଭିନ୍ନ କରିବା ପାଇଁ ଏହି ଫିଚର ଲାଭଦାୟକ ହୋଇପାରେ । ଟ୍ରୁକଲର୍ ର ଏହି ନୂଆ ଫିଚର ସମସ୍ତ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଜାରି କରାଯାଉଛି । ଯଦି ଆପଣ ଏହି ଆପ୍ ବ୍ୟବହାର କରନ୍ତି, ତାହେଲେ ଗୁଗୁଲ୍ ପ୍ଲେ ଷ୍ଟୋର ମାଧ୍ୟମରେ ଏହାକୁ ଅପଡେଟ୍ କରି ନୂଆ ଫିଚର ପାଇପାରିବେ । ଏହି ଫିଚର ବ୍ୟବହାର କରିବାକୁ, ପାଇଁ ଟ୍ରୁକଲର ଆପରେ ଏକ ମେସେଜ୍ / ନୋଟ୍ ଯୋଡିବାର ଅପସନ୍ ମିଳିବ ।

ସୂଚନାଯୋଗ୍ୟ ଯେ, ଏହି ଫିଚର ସେତେବେଳେ କାମ କରିବ ଯେତେବେଳେ ଉଭୟ କଲର୍ ଏବଂ ରିସିଭର୍ ନିଜ ନିଜ ଫୋନରେ ଟ୍ରୁକାଲର୍ ଆପ୍ ଇନଷ୍ଟଲ୍ କରିବେ । ଟ୍ରୁକାଲର୍ କଲ୍ ରିଜିନ୍ ଫିଚର ବର୍ତ୍ତମାନ ପାଇଁ ଆଣ୍ଡ୍ରଏଡ୍ ଫୋନରେ ଦିଆଯାଉଛ । କିନ୍ତୁ କମ୍ପାନୀ ଏହାକୁ ଆସନ୍ତା ବର୍ଷ iOS ପାଇଁ ମଧ୍ୟ ଆଣିବ । କଲ୍ ବୈଶିଷ୍ଟ୍ୟ ବ୍ୟତୀତ, ଏହି ଅପ୍ସନ ସହିତ କିଛି ନୂତନ ବୈଶିଷ୍ଟ୍ୟ ମଧ୍ୟ ପ୍ରଦାନ କରାଯିବ । ଏଥିରେ ଏକ ନୂତନ ବଟନ୍ ଦିଆଯାଉଛି, ଯାହାକୁ ବ୍ୟବହାର କରି ଆପଣ ମେସେଜର ସମୟ ଏବଂ ତାରିଖ ସେଟ୍ କରିପାରିବେ । ଏହା ବ୍ୟତୀତ, SMS ମେସେଜର ଟ୍ରାନ୍ସଲେଟର ଫିଚର ମଧ୍ୟ ଦିଆଯାଉଛି  । ମେସେଜ ଆସିବା ପରେ ଭାଷା ଚିହ୍ନଟ କରି ଟ୍ରୁକଲର୍ ମେସେଜକୁ ଟ୍ରାନ୍ସଲେଟ୍ କରିବାର ଅପସନ ମଧ୍ୟ ରହିଛି ।

 

Leave a Reply