SSR Case: ଡ୍ରଗ୍ସ ମାମଲାରେ ଗିରଫ ହେଲେ ରିୟାଙ୍କ ଭାଇ ସୌଭିକ ଓ ସୁଶାନ୍ତଙ୍କ ମ୍ୟାନେଜର

1 min read

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ । NCB ବା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକଙ୍କୁ ଗିରଫ କରିଛି । ଏହି ମାମଲାରେ NCB ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଗିରଫ କରିଛି । ପ୍ରାୟ ୧୨ ଘଣ୍ଟାର ଜେରା ପରେ ଉଭୟଙ୍କୁ ହାତକଡ଼ି ପକାଇଛି NCB । ଶୁକ୍ରବାର ସକାଳୁ NCB ଉଭୟଙ୍କୁ ଜେରା ଜାରି ରଖିଥିଲା । ସନ୍ଧ୍ୟାରେ ଉଭୟଙ୍କୁ ଗିରଫ କରାଯାଇଛି ।

NCB ରିୟାଙ୍କ ଘରେ ରେଡ୍ କରିବା ପରେ ସୌଭିକ ଚକ୍ରବର୍ତ୍ତୀଙ୍କୁ ଜେରା ପାଇଁ ସାଥିରେ ନେଇଯାଇଥିଲା । ସୌଭିକଙ୍କୁ ଡ୍ରଗ୍ସ ପେଡଲରଙ୍କ ସହ ମୁହାଁମୁହିଁ ଜେରା ପରେ ଗିରଫ କରାଯାଇଛି । ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ସକାଳୁ ଆକ୍ସନ ମୁଡରେ ନଜର ଆସିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ରିୟାଙ୍କ ଘରେ ରେଡ୍ କରାଯାଇଥିଲା । ପ୍ରଥମଥର ପାଇଁ ପୂରା ଘରକୁ ଖାନତଲାସୀ କରିଥିଲା NCB ।

ମାମଲାରେ NCB ଟିମ୍ ସୌଭିକଙ୍କ ସହିତ ପୂର୍ବରୁ ଗିରଫ ହୋଇଥିବା ଡ୍ରଗ୍ସ ପେଡଲର ବାସିତ ଓ ଜୈଦଙ୍କୁ ପଚରାଉଚରା କରିଥିଲା । ସମସ୍ତଙ୍କୁ ଏକାସଙ୍ଗରେ ପ୍ରଶ୍ନ ପଚାରିଥିଲା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ । ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଘନ ଘନ ଜେରା କରିଥିଲା NCB ।

Actress Arrested: ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ କେଉଁ ଅଭିନେତ୍ରୀ ?

Leave a Reply