୩ ଦିନରେ ଶୂନ୍, ୩ ଦିନରେ ୧୪: ରାଜ୍ୟରେ ୬ ନୂଆ କରୋନା ପଜିଟିଭ୍ ମାମଲା

1 min read

ଭୁବନେଶ୍ୱର: ରାଜ୍ୟରେ ଆଉ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଦିନ ୧୨ଟା ସୁଦ୍ଧା କରାଯାଇଥିବା ନମୁନା ପରୀକ୍ଷା ମଧ୍ୟରୁ ୬ଟି ପଜିଟିଭ୍ ମିଳିଛି । ଗତକାଲି ୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ସେମାନଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ୨ ଜଣ ହୋଇଥିବା ବେଳେ ଭଦ୍ରକର ୫ ଜଣ । ଏଥିସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ଏ ସୂଚନା ଦିଆଯାଇଛି ।

ରାଜ୍ୟରେ ୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୪୯ ଜଣ କରୋନା ସଂକ୍ରମିତଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଚାଲିଛି । ତେବେ, ଆଜି ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିନାହିଁ । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବିଭାଗ ସୂଚନା ଦେଇଛି । ଲକଡାଉନ୍ ନିୟମକୁ ମାନିବାକୁ ସରକାର ବାରମ୍ବାର ଅପିଲ୍ କରୁଛନ୍ତି ।

ରାଜ୍ୟର ନୂତନ ୭ କରୋନା ସଂକ୍ରମିତଙ୍କ ସବିଶେଷ ସୂଚନା ଦେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ

ପୂର୍ବରୁ ୧୫, ୧୬ ଓ ୧୭ ତାରିଖ ୩ ଦିନ ଧରି ରାଜ୍ୟରେ କୌଣସି ପଜିଟିଭ୍ ମାମଲା ଆସିନଥିଲା । ୧୮ ତାରିଖରେ ବାଲେଶ୍ୱରର ଜଣେ ୫୮ ବର୍ଷୀୟ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ୧୯ ତାରିଖରେ ବାଲେଶ୍ୱରର ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କ ସହ ୨ ବର୍ଷର ଶିଶୁକନ୍ୟା ସଂକ୍ରମିତ ହୋଇଥିଲେ । ଭଦ୍ରକର ୫ ଜଣ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ- ୪୮, ୫୫, ୫୭, ୫୮ ଓ ୬୬ ବୋଲି ଜଣାପଡ଼ିଛି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

Leave a Reply