ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

1 min read

ନୂଆଦିଲ୍ଲୀ: ଲକ୍ ଡାଉନ୍ ଭିତରେ ସାଧାରଣ ଜନତାକୁ ଆଶ୍ୱସ୍ତି ଦେବା ପାଇଁ  କେନ୍ଦ୍ର ସରକାର ଗୁରୁବାର ଦିନ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଗୁରୁବାର ଦିନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏନେଇ କିଛି ବଡ ଘୋଷଣା କରିଛି ।  ଆରବିଆଇ ରେପୋ ରେଟ୍ ୭୫ ବେସିସ୍ ପଏଣ୍ଟ୍ ହ୍ରାସ କରିଛି । ଏହାସହ ଟର୍ମ ଲୋନ୍ EMI ଉପରେ ତିନି ମାସର ରିହାତି ଦେବାକୁ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଛି ।

ତେବେ ସାଧାରଣ ଲୋକ ଯେଉଁମାନେ କ୍ରେଡିଟ୍ କାର୍ଡ୍ ବିଲ୍,ପର୍ସନାଲ ଲୋନ୍ ଆଦି ଉପରେ EMI ଦିଅନ୍ତି ସେମାନେ କିନ୍ତୁ ଆରବିଆଇ ଘୋଷଣା ପରେ ନିରାଶ ହୋଇଛନ୍ତି ।  ପ୍ରଥମ କାରଣ ହେଉଛି ଆରବିଆଇ କେବଳ ଟର୍ମ ଲୋନ୍ EMI  କଥା କହିଛି । ତାହା ପୁଣି ଆଦେଶ ନୁହେଁ ପରାମର୍ଶ । ଯାହାର ଅର୍ଥ ହେଲା EMI  ଉପରେ ରିହାତି ଦେବା ନଦେବା ବ୍ୟାଙ୍କଙ୍କ ଉପରେ ନିର୍ଭର କରୁଛି । ସିଧା ସଳଖ କହିଲେ,ବ୍ୟାଙ୍କ ଏବେ ନିର୍ଣ୍ଣୟ ନେବେ ଯେ, ସେମାନେ ସାଧାରଣ ଲୋକଙ୍କୁ EMI ରିହାତି ଦେବେ କି ନାହିଁ ।

  • ଏହା ସହ ବ୍ୟାଙ୍କ ଏହା ନିଷ୍ପତ୍ତି ନେବେ ଯେ, କେଉଁ ଲୋନ୍ ଉପରେ ସେମାନେ EMI ଛାଡ ଦେବେ । ଅର୍ଥାତ ରିଟେଲ,କମର୍ଶିଆଲ କିମ୍ବା ଅନ୍ୟପ୍ରକାରର ଲୋନ୍ ନେଇଥିବା ବ୍ୟାକ୍ତିକୁ ରିହାତି ମିଳିବ କି ନାହିଁ ତାହା ଏବେ ମଧ୍ୟ ଅସ୍ପଷ୍ଟ
  • ତେବେ ଆରବିଆଇର ରେପୋ ରେଟ ହ୍ରାସ ନିଷ୍ପତ୍ତି ଐତିହାସିକ । ଏହା ଆରବିଆଇ ଇତିହାସରେ ସବୁଠୁ ବଡ ରେପୋ ରେଟ୍ ହ୍ରାସ

EMI ଉପରେ ତିନି ମାସର ରିହାତି ଅର୍ଥ କଣ ?
କିସ୍ତି ଶୁଝିବାରେ ରିହାତିର ଅର୍ଥ ନୁହେଁ ଯେ, ଆପଣଙ୍କୁ ତିନି ମାସର କିସ୍ତି କେବେ ମଧ୍ୟ ଶୁଝିବାକୁ ପଡିବ ନାହିଁ । ଏହାର ଅର୍ଥ ହେଉଛି ଆପଣଙ୍କୁ ତିନି ମାସ ପାଇଁ କିସ୍ତି ଟଙ୍କା ଦେବାକୁ ପଡିବ ନାହିଁ । କିନ୍ତୁ ତିନି ମାସ ପରେ ଟଙ୍କା ଦେବାକୁ ପଡିବ । ଲକ୍ ଡାଉନ୍ କାରଣରୁ ଯେଉଁମାନଙ୍କ ପାଖରେ ନଗଦ ଟଙ୍କା ନାହିଁ ସେମାନଙ୍କୁ ଦୃଷ୍ଟିରେ ରଖି ଏହି ରିହାତି ଦିଆଯାଇଛି । କିନ୍ତୁ ଯଦି ଆପଣ ଚାକିରିଆ ଓ ନିୟମିତ ଦରମା ପାଉଛନ୍ତି ତେବେ ଏହାର ଲାଭ ଉଠାଇବା ଚକ୍କରରେ ନିଜ ଆର୍ଥିକ ବୋଝ ବଢାନ୍ତୁ ନାହିଁ । ଯଦି ଆପଣଙ୍କୁ ଟଙ୍କ ମିଳୁଛି ତେବେ କିସ୍ତି ତୁରନ୍ତ ଶୁଝି ଦିଅନ୍ତୁ ।

Leave a Reply