ପରିବାର ନିୟୋଜନ ଆଇନ ବିରୋଧରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଜନସଂଖା ବୃଦ୍ଧି ନେଇ ସୁପ୍ରିମକୋର୍ଟଙ୍କ ନୋଟିସରେ ଭାରତ ସରକାର ରଖିଥିବା ଉତ୍ତର ଏବେ ଆଶ୍ଚର୍ଯ୍ୟ କରିଛି । ଖୋଦ ସରକାରଙ୍କ ଏଭଳି ଉତ୍ତର ସାଧାରଣ ନାଗରିକଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ଦେଶରେ କାହାର କେତେ ସନ୍ତାନ/ସନ୍ତତି ଜନ୍ମ ନେବେ ତାହାର ଦାୟିତ୍ବ ସରକାରଙ୍କ ନୁହେଁ । ନିର୍ଦ୍ଧିଷ୍ଟ ସଂଖ୍ୟକ ସନ୍ତାନ ଜନ୍ମ କରିବା ନେଇ ବାଧ୍ୟତା ମୂଳକ ଆଇନର ସପକ୍ଷରେ କେନ୍ଦ୍ର ସରକାର ନୁହଁନ୍ତି । ବଂର କେନ୍ଦ୍ର ସରକାର ଏହାର ଦୃଢ ବିରୋଧି ବୋଲି ସୁପ୍ରିମକୋର୍ଟରେ ଯୁକ୍ତି ବାଢିଛନ୍ତି ସରକାର ।

ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିଲା ଏକ ପିଟିସନ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ନୋଟିସ କରିଥିଲେ ସୁପ୍ରିମକୋର୍ଟ । ଯାହାର ଉତ୍ତର ରଖି ସ୍ବାସ୍ଥ୍ୟ ବିଭାଗ କହିଛି, ପରିବାର ନିୟୋଜନ କରିବାର ଦାୟିତ୍ୱ ସରକାରଙ୍କ ନୁହେଁ । ବଂର ଖୋଦ ଦମ୍ପତିଙ୍କ ଉପରେ ଏହା ନିର୍ଭର କରେ । ସଚେତନ ପାଇଁ ସରକାର ପରିବାର ନିୟୋଜନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । କିନ୍ତୁ ଜବରଦସ୍ତି ସରକାର କୌଣସି ବ୍ୟକ୍ତିଙ୍କ ଉପରେ ଚାପ ପକାଇ ପାରିବେ ନାହିଁ ବୋଲି କହିଛନ୍ତି ସରକାର ।

ବିଜେପି ନେତା ତଥା ଆଡଭୋକେଟ ଅଶ୍ୱିନୀ ଉପାଧ୍ୟାୟ ଏହି ମାମଲାରେ ସୁପ୍ରିମକୋର୍ଟରେ ରଖିଛନ୍ତି ପ୍ରତିକ୍ରିୟା । ଚଳିତବର୍ଷ ୧୦ ତାରିଖରେ ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ କରିବା ସହ ପକ୍ଷ ରଖିବାକୁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ପୂର୍ବରୁ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ଫାଇଲ ହୋଇଥିଲା । ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ନେଇ ଆଇନ ପ୍ରଣୟନ କରିବା ସହ ପ୍ରତି ଦମ୍ପତିଙ୍କୁ କେବଳ ଦୁଇଟି ଶିଶୁ ଜନ୍ମଦେବାର ଅନୁମତି ପାଇଁ ଯାଚିକା ଦାଖଲ କରାଯାଇଥିଲା । ଯାହାକୁ ପରେ ଖାରଜ କରିଦେଇଥିଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ।

Leave a Reply