FICCIର ୯୩ ତମ ସାଧାରଣ ବୈଠକରେ ନବୀନଙ୍କ ଉଦବୋଧନ

1 min read

ଭୁବନେଶ୍ୱର: ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗପତି ମହାସଂଘ(FICCI)ର ୯୩ ତମ ସାଧାରଣ ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫିକିର ସାଧାରଣ ବୈଠକରେ ଯୋଗଦେବା ସହ ଅନୁଷ୍ଠାନର ପ୍ରତିଷ୍ଠିତ ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିବା ସହ ଅନୁଷ୍ଠାନକୁ ଆନ୍ତରିକ ଶୁଭେଛା ବାର୍ତ୍ତା ମଧ୍ୟ ଜଣାଇଛନ୍ତି । ଓଡିଶାରେ ନିବେଶ ପ୍ରୋତ୍ସାହନ, ନୀତି ନିର୍ଦ୍ଧାରଣ, ବ୍ୟବସାୟ ପରିବେଶ ସୃଷ୍ଟି କରିବା ଏବଂ ବିଶେଷକରି ରାଜ୍ୟର ମହିଳାମାନଙ୍କୁ ଷ୍ଟାର୍ଟ ଅପ ବିଜନେସ ଜରିଆରେ ସ୍ୱାବଲମ୍ବୀ କରିବାର ଭାଗିଦାରୀକୁ ଶତ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଦେଶର ପ୍ରଗତି ପାଇଁ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗପତି ମହାସଂଘ ନିତାନ୍ତ ଆବଶ୍ୟକ । ୯୦ରୁ ଅଧିକ ବର୍ଷ ଧରି ଭାରତର ଉନ୍ନତିରେ ନିରନ୍ତର କାର୍ଯ୍ୟ କରିଚାଲିଛି । ଫିକି ଦେଶର ନିବେଶକ ସମୁଦାୟକୁ ପ୍ରତିନିଧିତ୍ୱ କରିବା ସହ ଦେଶର ଉଦ୍ୟୋଗିକ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି । ଏଥି ପାଇଁ FICCIର ସମସ୍ତ ସଦସ୍ୟଙ୍କୁ ଅଜସ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବୈଠକରେ ଉଦବୋଧନ ଦେବା ଅବସରରେ ନବୀନ କହିଛନ୍ତି, ଓଡିଶା ପୂର୍ବ ଭାରତର ରାଜ୍ୟ ଭାବେ ପ୍ରଗତି ଧାରାରେ ସାମିଲ ହୋଇଛି । ନିବେଶର ପେଣ୍ଠସ୍ଥଳୀ ପାଲଟିଛି । ରାଜ୍ୟରେ ବ୍ୟବସାୟ ଏବଂ ବ୍ୟବହାରିକ ପରିବର୍ତ୍ତନ ପାଇଁ 5tଅଧିନରେ ଥିବା ମୋ ସରକାର କାର୍ଯ୍ୟ କରୁଥିବା କହିଛନ୍ତି ନବୀନ ପଟ୍ଟନାୟକ ।

ଏଣିକି ଶିଳ୍ପପତିଙ୍କ ଅନୁମତି ପାଇଁ ଦୌଡିବାକୁ ପଡିବନି ବିଭିନ୍ନ ବିଭାଗ । ଏପରିକି ଅନୁମତି ପାଇଁ ଦିନଦିନ ଧରି ମଧ୍ୟ ଅପେକ୍ଷା କରିବାକୁ ପଡିବନି । ୫ଟି ଓ ମୋ ସରକାର କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନଗୁଡିକ ପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂଆ ଅନଲାଇନ ସେବା । ଏହିସବୁ ସେବା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଦିଆଯିବ । ଏଥିପାଇଁ ଏହାକୁ ଜନସେବା ଅଧିକାର ଆଇନରେ ସାମିଲ କରାଯାଇଛି । ଆଜି ଫିକିର ୯୩ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜମି ଚିହ୍ନଟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଶିଳ୍ପାନୁଷ୍ଠାନ ପାଇଁ ଏକ ଲକ୍ଷ ଏକରର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିଛନ୍ତି । ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ପାଇଁ ଓଡିଶା ଏବେ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ରହିଆସିଛି । ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ପାଇଁ ସରକାରୀ ଅଧିକାରୀମାନେ ଜାପାନ, ୟୁଏସଏ, କୋରିଆ ଓ ଭିଏତନାମର ଶିଳ୍ପାନୁଷ୍ଠାନ ସହ ଆଲୋଚନା କରିଛନ୍ତି । କୋଭିଡ ପରିସ୍ଥିତି ସତ୍ବେ ରାଜ୍ୟ ସରକାର ଗତ ୮ ମାସ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ସକ୍ଷମ ହୋଇଛନ୍ତି ।

କେବଳ ପୁଞ୍ଜିନିବେଶ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ନୁହେଁ । ଶିଳ୍ପାନୁଷ୍ଠାନଗୁଡିକୁ କାର୍ଯ୍ୟକ୍ଷମ କରିବା ହେଉଛି ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶିଳ୍ପାୟନକୁ ଅଧିକ ବ୍ୟାପକ କରିବା ପାଇଁ ଅନୁଗଳ ଓ ଝାରସୁଗୁଡାରେ ଆଲୁମୁନିୟମର ଡାଉନଷ୍ଟ୍ରିମ ଏବଂ କଳିଙ୍ଗନଗରରେ ଇସ୍ପାତ ଡାଉନଷ୍ଟ୍ରିମ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରୁଛନ୍ତି । ସେହିଭଳି ପାରାଦୀପକୁ ପୂର୍ବ ଭାରତରେ ରସାୟନ ଓ ପେଟ୍ରୋକେମିକାଲ ହବ ଭାବେ ଗଢି ତୋଳିବାକୁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply