କଣ ପାଇଁ ପ୍ରବାସୀଙ୍କୁ ସୋନୁ କହିଲେ ଭାଇ ଏମିତି କରନି ? ଜାଣନ୍ତୁ

1 min read

ମୁମ୍ବାଇ: ବଲିଉଡ଼ ଅଭିନେତା ସୋନୁ ସୁଦ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି । ନିକଟରେ ନିଜ କାର୍ଯ୍ୟ ଯୋଗୁଁ ସେ ବେଶ ଲୋକପ୍ରିୟ ହୋଇଛନ୍ତି । ସୋନୁ ସୁଦ ନିଜ ଅଭିନୟ ପାଇଁ ମଧ୍ୟ ଅନେକ ସଫଳତା ହାସଲ କରିଛନ୍ତି । କିନ୍ତୁ ଏବେ ସେ ଫିଲ୍ମ ପାଇଁ ନୁହେଁ ବରଂ ଲୋକଙ୍କୁ ସହଯୋଗ କରିବା ପାଇଁ ଚର୍ଚ୍ଚାରେ ଅଛନ୍ତି ।  ନିକଟରେ ସୋନୁ ସୁଦ ପ୍ରବାସୀମାନଙ୍କ ପାଇଁ ଭଗବାନ ରୂପ ନେଇ ପ୍ରକଟ ହୋଇଥିଲେ । ତେବେ ଲକଡାଉନ୍ ରେ ସେ ରିୟଲ ହିରୋ ପାଲଟିଛନ୍ତି । ସୋନୁ ସୁଦ ମୁମ୍ବାଇରେ ଫସି ରହିଥିବା ଅନେକ ଲୋକଙ୍କୁ ତାଙ୍କ ଘରକୁ ପଠାଇଛନ୍ତି। ମହାରାଷ୍ଟ୍ର ସରକାର ମଧ୍ୟ ଏଥିପାଇଁ ତାଙ୍କର ଖୁବ ପ୍ରଶଂସା କରିଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି ।

ନିରାପଦରେ ନିଜ ଘରେ ପହଞ୍ଚିବା ପରେ ଲୋକମାନେ ନିଜ ନିଜ ଷ୍ଟାଇଲରେ ଅଭିନେତାଙ୍କୁ ଧନ୍ୟବାଦ ଜଣାଉଛନ୍ତି । ସୋସିଆଲ ମିଡିଆରେ, ସେମାନଙ୍କର ଭିଡିଓ ଏବଂ ବାର୍ତ୍ତା ସେୟାର କରି ସୋନୁଙ୍କୁ ଧନ୍ୟବାଦ ଜଣାଉଛନ୍ତି । ତେବେ ଆଜି ସୋନୁଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।  ଏହି ଭିଡିଓରେ ଜଣେ ବ୍ୟକ୍ତି ତାଙ୍କ ମାଙ୍କୁ ଭେଟିବା ପରେ ସୋନୁଙ୍କୁ ଇଶ୍ୱରଙ୍କ ମାନ୍ୟତା ଦେଇଛନ୍ତି  । ସେ ସୋନୁ ସୁଦଙ୍କୁ ପୂଜା କରୁଥିବା ନଜର ଆସିଛି । ନିଜ ଘରେ ସେ ସେ ସୋନୁଙ୍କ ଫଟୋରେ ଫୁଲ ଧୂପ ଦେଉଥିବା ନଜର ଆସିଛି ।

ସୋନୁ ସୁଦ ସେହି ବ୍ୟକ୍ତିଙ୍କ ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି । ଭିଡିଓରେ ସେ ମନ୍ଦିରରେ ଭଗବାନଙ୍କ ମଧ୍ୟରେ ସୋନୁଙ୍କ ଫଟୋ ରଖିଛନ୍ତି ଏବଂ ତାଙ୍କୁ ପୂଜା କରୁଛନ୍ତି। ଭିଡିଓ ସେୟାର କରିବାବେଳେ ବ୍ୟକ୍ତି ଜଣକ କ୍ୟାପସନରେ ଲେଖିଛନ୍ତି ଯେ, – ପ୍ରତ୍ୟେକ ମଣିଷ ସୋନୁ ସୁଦଙ୍କ ଭଳି ନୁହଁନ୍ତି । ସୋନୁ ସୁଦ କୌଣସି ଭଗବାନଙ୍କଠାରୁ କମ ନୁହଁନ୍ତି । ସେ ତାଙ୍କ ମା’ଙ୍କୁ ଫେରାଇ ଆଣିଥିବାରୁ ସେ କେବେ ସୋନୁଙ୍କ ଋଣ ସୁଝାଇପାରିବେ ନାହିଁ ।

ତେବେ ଏହି ଭିଡିଓରେ ସୋନୁ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଏହି ଭିଡିଓକୁ ରିଟୁଇଟ୍ କରି ସେ ଲେଖିଛନ୍ତି ଯେ, “ଅରେ ଭାଇ ଏସା ମତ୍ କରୋ” । ସେ ତାଙ୍କ ଫଟୋକୁ ପୂଜିବା ପାଇଁ ମନା କରିଛନ୍ତି । ଏହା ବ୍ୟତୀତ ସେ ତାଙ୍କ ମାଆଙ୍କ ଆର୍ଶିବାଦ କାମନା କରିଛନ୍ତି । ସୋନୁ ସୁଦ୍ ପ୍ରତ୍ୟେକ ଦିନ ପ୍ରବାସୀମାନଙ୍କୁ ତାଙ୍କ ଘରକୁ ପଠାଉଛନ୍ତି । ସୋନୁଙ୍କର ଏହି କାମ ଅତୁଳନୀୟ ।

 

 

Leave a Reply