ଆରପାରିରେ ପ୍ରସିଦ୍ଧ ଚଳଚିତ୍ର ନିର୍ମାତା ବାସୁ ଚାଟାର୍ଜୀ

1 min read

ମୁମ୍ବାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ସ୍କ୍ରିନ୍ ଲେଖକ ବାସୁ ଚାଟାର୍ଜୀଙ୍କ ଗୁରୁବାର ଦିନ ଦେହାନ୍ତ ହୋଇଛି। ସେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ତାଙ୍କ ଜୀବନରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ହିଟ୍ ଫିଲ୍ମ ଦେଇଛନ୍ତି । ସେଗୁଡ଼ିକ ହେଲା ଛୋଟି ସି ବାତ୍, ରଜନୀଗନ୍ଧା, ବାତୋଁ ବାତୋଁ ମେ, ଏକ ରୁକା ହୁଆ ଫୈସଲା ଏବଂ ଚାମେଲି କି ସାଦି ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।

https://twitter.com/ashokepandit/status/1268455775594180608

ନିଧନ ବେଳେ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ଭାରତୀୟ ଚଳଚ୍ଚିତ୍ର ଏବଂ ଟିଭି ନିର୍ଦ୍ଦେଶକ ସଂଘର ସଭାପତି ଅଶୋକ ପଣ୍ଡିତ ଟ୍ୱିଟ୍ କରି ତାଙ୍କ ଦେହାନ୍ତର ଖବର ସେୟାର କରିଛନ୍ତି । ଅଶୋକ ପଣ୍ଡିତ ଲେଖିଛନ୍ତି, “ମୁଁ ଆପଣଙ୍କୁ ଏହି ଖବର ଦେଇ ଅତ୍ୟନ୍ତ ଦୁଖିତ ଯେ ଭେଟେରାନ ଚଳଚ୍ଚିତ୍ର ନିର୍ମାତା ବସୁ ଚାଟାର୍ଜୀ ଆଉ ନାହାଁନ୍ତି । ତାଙ୍କର ଅନ୍ତିମ ସଂସ୍କାର ସାନ୍ତା କ୍ରୁଜରେ ଅପରାହ୍ନ ଟାରେ କରାଯିବ । ତାଙ୍କର ବିୟୋଗ ଇଣ୍ଡଷ୍ଟ୍ରିକୁ ଶକ୍ତ ଧକ୍କା ଦେଇଛି । ଆପଣ ବହୁତ ମନେ ପଡ଼ିବେ ସାର୍ ।

ବସୁ ରାଜସ୍ଥାନର ଅଜମେରରେ ଜନ୍ମଗ୍ରହଣ କରିଥିଲେ ଏବଂ ଭାରତୀୟ ସିନେମାକୁ ଅନେକ ହିଟ୍ ଚଳଚିତ୍ର ମଧ୍ୟ ଦେଇଥିଲେ ମୁମ୍ବାଇର ଏକ ଖବରକାଗଜରୁ ସେ କାର୍ଟୁନିଷ୍ଟ ତଥା ଚିତ୍ରକାର  ଭାବେ ନିଜ ଜୀବନ ଆରମ୍ଭ କରିଥିଲେ  । ପରେ ସେ ଚ୍ଚଳଚିତ୍ର ନିର୍ମାଣ କ୍ଷେତ୍ରେରେ ପାଦ ଦେଇଥିଲେ । ନିର୍ଦ୍ଦେଶକ ଭାବେ ସାରା ଆକଶ ଥିଲା ତାଙ୍କ ଡେବ୍ୟୁ ଫିଲ୍ମ । ଏହି ଚଳଚ୍ଚିତ୍ର ୧୯୬୯ ମସିହାରେ ମୁକ୍ତିଲାଭ କରିଥିଲା ଏହି ଫିଲ୍ମ ଲାଗି ସେ ଶ୍ରେଷ୍ଠ ସ୍କ୍ରିନପ୍ଲେ  ଫିଲ୍ମଫେୟାର ପୁରସ୍କାର ପାଇଥିଲେ

Leave a Reply