ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓ ବର୍ବରତା, ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗଳାକାଟି ହତ୍ୟା

Fire Exchange Between SOG And Maoist, Four Naxal Dead Belghar

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓ ବର୍ବରତା । ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ । ଯୋଡ଼ାଆମ୍ବ ପଞ୍ଚାୟତର ଖଜୁରୀଗୁଡା ଗ୍ରାମର ଜଣକ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମଳିଛି । ତେବେ ପୋଲିସ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ କିଛି ସଶସ୍ତ୍ର ମାଓବାଦୀ ଖଜୁରୀଗୁଡା ଗ୍ରାମ ନିକଟରେ ପହଞ୍ଚିଥିଲେ । ସେଠାରେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିଥିଲେ । ଏହାସହ ଆଉ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ମୃତ ବ୍ୟକ୍ତି ଜଣ ବିଭନ୍ନ ସମୟରେ ପୋଲିସ ସହଯୋଗ କରୁଥିବାରୁ ତାଙ୍କୁ ପୋଲିସ୍‌ ଇନ୍‌ଫର୍ମର ବୋଲି ଭାବି ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି ।

swabhiman

ଗାଁ ଲୋକଙ୍କ କହିବାନୁଯାୟୀ ମୃତକ ଦାସ୍‌ ଖେମ୍‌ଡ଼ୁ ପୋଲିସ କ୍ୟାମ୍ପ ହେବା ପରଠାରୁ ପୋଲିସକୁ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଆସୁଥିଲେ । ତେବେ ଏହା ବୋଧ ହୁଏ ମାଓବାଦୀ ଜାଣିବାକୁ ପାଇଥିଲେ । ତେଣୁ ତାଙ୍କୁ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରିଥିବେ ବୋଲି ସନ୍ଦେହ କରାଯାଉଛି ।

ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମନରେ କୋକୁଆ ଭୟ ଦେଖାଯାଇଛି । କାରଣ ଦୀର୍ଘ ଦିନର ବ୍ୟବଧାନ ପରେ ମାଓବାଦୀ ଏହି ଅଞ୍ଚଳରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି । ତେବେ ଖାବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହି ଘଟଣାପରେ ବିଏସ୍‌ଏଫ୍ ଯବାନଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ‌ ପାଟ୍ରୋଲିଂକୁ କଡ଼ା କଡ଼ି କରାଯାଇଛି ।

Leave a Reply