କରଞ୍ଜିଆରେ ଉତ୍‌ପାତ କରୁଛନ୍ତି ହାତୀ ପଲ

ମୟୂରଭଞ୍ଜ: କରଞ୍ଜିଆ ବନଖଣ୍ଡରେ ଥମୁନି ଝାଡ଼ଖଣ୍ଡି ହାତୀଙ୍କ ଉପଦ୍ରବ । ରରୁଆଁ, ସୁକୃଳି ବ୍ଲକ୍‌ ପରେ ଏବେ କରଞ୍ଜିଆ ବ୍ଲକରେ ହାତୀ ଉପଦ୍ରବ ଜାରି ରହିଛି । ହାତୀଙ୍କ ଯୋଗୁଁ ପ୍ରତ୍ୟେକ ଦିନ କ୍ଷୟ କ୍ଷତିର ପରିମାଣ ବଢ଼ିବଢ଼ି ଚାଲିଛି । ୨୨ ଟିକିଆ ଝାଡ଼ଖଣ୍ଡି ହାତୀପଲ ଗତ ୧୬ ତାରିଖରେ କେନ୍ଦୁଝର ଜିଲ୍ଲା ଦେଇ କରଞ୍ଜିଆ ବନ ଖଣ୍ଡରେ ପ୍ରବେଶ କରିଥିଲେ । ବର୍ତ୍ତମାନ କେତେକାଂଶରେ ଧାନ ଅମଳ ସମୟ ଏବଂ କେତେକାଂଶରେ ପାଚିବା ସମୟ । ଏଣୁ ହାତୀ ପଲ ଧାନ ଫସଲ ଖାଇବା ସହିତ ମାଡି ମକଚି ନଷ୍ଟ କରୁଛନ୍ତି ।

ବନ ବିଭାଗ ପକ୍ଷରୁ ହାତୀ ପଲଙ୍କୁ ଘଉଡାଇବା ପାଇଁ ପ୍ରୟାସ କରାଯାଉଥିଲେ ସୁଦ୍ଧା ତାହା ସଫଳ ହୋଇନାହିଁ । ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଦେଢ଼ ମାସ ବ୍ୟବଧାନ ପରେ ଗତ ଶୁକ୍ରବାର ସୀମାନ୍ତ ଜିଲ୍ଲା କେନ୍ଦୁଝରରୁ ବୈତରଣୀ ପାର ହୋଇ କରଞ୍ଜିଆ ବନଖଣ୍ଡକୁ ପଶି ଆସିଥିଲେ ଏହି ୨୨ ଟିକିଆ ହାତୀ ପଲ ।

Leave a Reply