କରୋନା କବଳରେ ଶିବରାଜ,ଟ୍ୱିଟ୍ କରି ଦେଲେ ସୂଚନା

1 min read
Shivraj Singh Chouhan

ମୂମ୍ବାଇ: କରୋନା କବଳରୁ କେହି ବି ବାଦ ପଡ଼ୁ ନାହାନ୍ତି । ଦେଶରେ ପୁଣି ଜଣେ ନେତାଙ୍କୁ କରୋନା । ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବ୍‌ରାଜ ସିଂହ ଚୌହାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

ସେ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, କିଛି ଦିନ ହେବ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେଇଥିଲା । ତେଣୁ ସେ କରୋନା ଟେଷ୍ଟ କରାଇଥିଲେ । ତେବେ ଟେଷ୍ଟ ପରେ ସେ ପଜିଟିଭ୍‌ ଥିବା ଜଣାପଡ଼ିଛି । ଯେଉଁମାନେ ତାଙ୍କ ସହ ସମ୍ପର୍କରେ ଥିଲେ ସେମାନଙ୍କୁ ତୁରନ୍ତ କରୋନା ଟେଷ୍ଟ କରେଇବା ପାଇଁ ସେ ଅନୁରୋଧ କରିଛନ୍ତି । ଆଉ ନିଜ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତେ କରୋନା ଗାଇଡ୍‌ଲାଇନ୍‌ ମାନିବାକୁ ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଦିନ ସେ କରୋନା ସ୍ଥିତି ସମୀକ୍ଷା ପାଇଁ ବୈଠକ କରୁଥିଲେ । ହେଲେ ଆଗାମୀ ଦିନରେ ସେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକ ଓ ଆଲୋଚନା କରିବେ ବୋଲି ଯୋଜନା କରୁଛନ୍ତି ।

ଟ୍ୱିଟରେ ସେ ଲେଖିଛନ୍ତି ଯେ, ମୁଁ କୋଭିଡ୍ -୧୯ର ସବୁ ଗାଇଡ୍ ଲାଇନ୍ ପାଳନ କରୁଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜକୁ କ୍ୱାରେଣ୍ଟାଇନ୍ କରିବି । ମଧ୍ୟପ୍ରଦେଶର ଜନତାଙ୍କୁ ଅପିଲ ଯେ,ସେମାନେ ସାବଧାନତା ଅବଲମ୍ବନ କରନ୍ତୁ । ଟିକିଏ ଅସାବଧନତା କରୋନାକୁ ଆମନ୍ତ୍ରଣ କରେ । ମୁଁ କରୋନାରୁ ନିଜକୁ ରକ୍ଷା କରିବା ପାଇଁ ସବୁକିଛି କରିଥିଲେ । କିନ୍ତୁ ଅନେକ ଅନେକ ବିଶୟକୁ ନେଇ ଲୋକ ମୋତେ ସାକ୍ଷାତ କରିବାକୁ ଆସୁଥିଲେ ।

Leave a Reply