୧୪୪ ଧାରା ମଧ୍ୟରେ ହେବ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଶ୍ରଦ୍ଧାଳୁଙ୍କ ପାଇଁ ଲାଇଭ ଟେଲିକାଷ୍ଟ

କଳାହାଣ୍ଡି: କରୋନା କଟକଣା ମଧ୍ୟରେ ହେବ ଛତର ଯାତ୍ରା । ଆସନ୍ତା ୨୪ ତାରିଖରେ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କଳାହାଣ୍ଡିରେ ପ୍ରତିଦିନ କରୋନା ସଂଖ୍ୟା ବଢ଼ୁଥିବାରୁ ସ୍ଥାନୀୟ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ଏଥିପାଇଁ ଆଜି ମଧ୍ୟରାତ୍ରିରୁ ୨୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । ଏହା ସହ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।  କଳାହାଣ୍ଡିରେ ପୂଜା ପାଇଁ ଗାଇଡଲାଇନ ଜାରି କରିଛନ୍ତ ଜିଲ୍ଲାପାଳ ।

ଦୁର୍ଗା ପୂଜା ଓ ଛତର ଯାତ୍ରା ପାଇଁ କଟକଣା କଡ଼ାକଡ଼ି କରାଯାଇଛି । ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ପୌରାଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି।  ଆସନ୍ତାକାଲିଠୁ ୨୫ପର୍ଯ୍ୟନ୍ତ ଭବାନୀପାଟଣାରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଜରୁରୀ ସ୍ଥିତିରେ ବା ମେଡିକାଲ କେସରେ ଭବାନୀପାଟଣା ଯାଇପାରିବେ । ତେବେ ଲୋକେ ଛତର ଯାତ୍ରା ସୋସିଆଲ ମିଡିଆ ଏବଂ ନ୍ୟୁଜ୍‌ ଚ୍ୟାନେଲ ମାଧ୍ୟମରେ ଲାଇଭ ଟେଲିକାଷ୍ଟ ଦେଖିପାରିବେ ।

Leave a Reply