ମୋଦି ସରକାରଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ, ଖୋଲି ଦିଅନ୍ତୁ ଲକଡାଉନ୍…

Lockdown Imposed In Nagpur Maharashtra For A Week

ନୂଆଦିଲ୍ଲୀ: ଦେଶରେ କୋରନା ଭାଇରସ୍ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ୪.୦ ମେ ୩୧ରେ ଶେଷ ହେବାକୁ ଯାଉଛି । ଏହି ମଧ୍ୟରେ ଏବେ ଜୁନ୍ ୧ରୁ ଲକଡାଉନ ୫.୦ ଲାଗୁ ହେବ କି ନାହିଁ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଏହା ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୋଭିଡ ଟାସ୍କ ଫୋର୍ସକୁ ୨ଟି ପ୍ୟାନେଲ ଲକଡାଉନ ଉପରେ ରିପୋର୍ଟ ଦାଖଲ କରିଛି, ଯେଉଁଥିଲେ ଲକଡାଉନ ଖୋଲିବାକୁ ନେଇ ପରାମର୍ଶ ଦିଆଯାଇଛି ।

କୋଭିଡ ଟାସ୍କ ଫୋର୍ସର ଦୁଇଟି ପ୍ୟାନେଲକୁ ସି କେ ମିଶ୍ରା ଏବଂ ଡାକ୍ତର ବିକେ ପାଁଲ ପରିଚାଳନା କରୁଛନ୍ତି । ଦୁଇଟି ଯାକ ପ୍ୟାନେଲ ଲକଡାଉନ ୪.୦ରୁ କିଭଳି ବାହାରି ହେବ, ଏହା ଉପରେ ଏକ ରିପୋର୍ଟ ଦେଇଛନ୍ତି । ଯଦି ସୁତ୍ରକୁ ଆମେ ମାନିବା ତେବେ ପରାମର୍ଶରେ କୁହାଯାଇଛି ଯେ, ଲକଡାଉନକୁ ଉଠାଯାଇପାରିବ କିନ୍ତୁ ସ୍କୁଲ, କଲେଜ, ମଲ, ଧାର୍ମିକ ସ୍ଥଳ ଭଳି ସ୍ଥାନକୁ ଏବେ ବନ୍ଦ ରଖିବା ହିଁ ଉଚିତ୍ ହେବ । ଯଦିଓ ଏବେ ଏଥିରେ ଅନ୍ତରାଷ୍ଟ୍ରିୟ ବିମାନ ଚଳାଚଳ ପାଇଁ କୌଣସି ପ୍ରସ୍ତାବ ଦିଆଯାଇନାହିଁ ।

ଏହା ବ୍ୟତୀତ ଯେଉଁ ଜିଲ୍ଲାରେ କରୋନା ଭାଇରସର ସବୁଠୁ ଅଧିକ ମାମଲା ଚିହ୍ନଟ ହୋଇଛି ସେଠାରେ ଏବେ ବି ନିୟମ କଡ଼ାକଡ଼ି କରିବାକୁ ପରାମର୍ଶ ଦିଆଯାଇଛି । ଯଦିଓ ଏହି ପରାମର୍ଶ କେବଳ ପ୍ୟାନେଲ ତରଫରୁ ଦିଆଯାଇଛି । ଏହା ଉପରେ ଶେଷ ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ହେବ । ଆପଣଙ୍କୁ କହି ରଖୁଛୁ ଯେ, ମାର୍ଚ୍ଚରେ ଗୃହ ମନ୍ତ୍ରଣାଳୟ ତରଫରୁ ୧୧ଟି ପ୍ୟାନେଲ ପ୍ରସ୍ତୁତ କରାଯାଇଥିଲା, ଯାହାର କାର୍ଯ୍ୟ ଲକଡାଉନକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଇବାର ରହିଛି ।

ଏଠାରେ ଉଲ୍ଲେଖଥାଉ କି, ଲକଡାଉନ୍ ୫.୦କୁ ନେଇ ଶୁକ୍ରବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଦୀର୍ଘ ସମୟର ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା ଏହି ବୈଠକରେ ୩୧ମେ ପରର ରଣନୀତି ଉପରେ ଚର୍ଚ୍ଚା କରାଯାଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଗୁରୁବାରଦିନ ହିଁ ଅମିତ ଶାହା ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ଏବଂ ଲକଡାଉନକୁ ନେଇ ସମସ୍ତଙ୍କ ମତାମତ ମାଗିଥିଲେ ।

ଦେଶରେ ୨୪ମାର୍ଚ୍ଚରୁ ପ୍ରଥମ ପର୍ଯ୍ୟାୟ ଲକଡାଉନ ଲଗାଯାଇଥିଲା, ସେବେ ଠାରୁ ଏବେ ପର୍ଯ୍ୟନ୍ତ ପାଖାପାଖି ୭୦ଦିନ ହୋଇଗଲାଣି ଏବଂ ଦେଶରେ ଲକଡାଉନ ଏବେ ବି ଜାରି ରହିଛି । ଯଦିଓ ଏବେ ବି କେତେକ ରାଜ୍ୟ ନିଜ ଆଡ଼ୁ ଲକଡାଉନ ବଢାଇଛନ୍ତି ଏବଂ କିଛି ଏହାକୁ ଆହୁରି ବଢାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧକରିଛନ୍ତି ।

Leave a Reply