ଏକମାତ୍ର ଲକ୍ଷ୍ୟ ନୁହେଁ ସମ୍ପତ୍ତି ବୃଦ୍ଧି, ସେବା ପାଇଁ ନିଜ ଟ୍ରେଜେରୀ ଖୋଲିଦେବାକୁ ସେମାନେ କୁଣ୍ଠିତ ନୁହଁନ୍ତି

1 min read

ମୁମ୍ବାଇ : ସେଲିବ୍ରିଟିଙ୍କ ପରି ସୁପରରିଚ୍‌ଙ୍କ ଜୀବନଶୈଳୀ ସମ୍ପର୍କରେ ସମସ୍ତଙ୍କର ଜାଣିବାକୁ ଆଗ୍ରହ । ଟଙ୍କାର ଶେଯ ଉପରେ ଶୋଉଥିବା ଏହି ଧନ କୁବେରମାନେ ସେମାନଙ୍କ ଅର୍ଥକୁ କେମିତି ବିନିଯୋଗ କରନ୍ତି ? ସେମାନଙ୍କ ଭିତରେ ଦୟା କ୍ଷମା ଭଳି ଅତିମାନବୀୟ ଗୁଣ ରହିଛି କି ? ଏମିତି ଅନେକ ପ୍ରଶ୍ନ ଉଙ୍କିମାରେ । ଭାରତରେ ଏମିତି କିଛି ସୁପରରିଚ୍‌ ଅଛନ୍ତି ଯେଉଁମାନେ ନିଜର ଧନ ତ ବଢ଼ାନ୍ତି ତା ସହିତ ସମାଜସେବା ପାଇଁ ହାତ ଖୋଲି ଦାନ ଦିଅନ୍ତି । ବିଶ୍ୱର ପ୍ରମୁଖ ଦାନୀଙ୍କ ମଧ୍ୟରେ ସେମାନଙ୍କୁ ମିଳେ ସ୍ଥାନ ।

ଅଜିମ ପ୍ରେମଜୀ ହେଉଛନ୍ତି ଏମିତି ଜଣେ ସୁପରରିଚ୍‌ ଯାହାଙ୍କର ନାମ ବିଶ୍ୱର ପ୍ରମୁଖ ଧନୀ ସମାଜସେବୀଙ୍କ ମଧ୍ୟରେ ଆସିଥାଏ । ଭାରତୀୟ ଆଇଟି ଶିଳ୍ପର ବାଦଶାହ ଭାବେ ଜଣଶୁଣା ଅଜିମ ପ୍ରେମଜୀ ଏସିଆର ସବୁଠୁ ଉଦାର ସମାଜସେବୀ । ଚଳିତ ବର୍ଷ ସେ ୫୨ ହଜାର ୭୫୦ କୋଟି ଟଙ୍କାର ସେୟାର ଦାନ କରିଦେଇଛନ୍ତି । ପ୍ରସିଦ୍ଧ ମାଗାଜିନ୍‌ ଫୋର୍ବସରେ ଅଜିମଙ୍କ ବଦାନ୍ୟତାକୁ ଭୁରି ଭୁରି ପ୍ରଶଂସା କରାଯାଇଛି । ଫୋର୍ବସ ପକ୍ଷରୁ ଏସିଆ-ପେସିଫିକ ଅଞ୍ଚଳର ୩୦ ପରୋପକାରୀଙ୍କ ତାଲିକା ପ୍ରକାଶ ପାଇଛି ଯେଉଁଥିରେ ଅଜିମଙ୍କ ସହ ଭାରତର ଆଉ ୨ ଜଣ ଧନୀ ଅତୁଲ ନିସାର ଓ ବାୟୋକନର କିରଣ ମଜୁମଦାର ସ’ଙ୍କ ନାଁ ରହିଛି । ଏହି ତାଲିକାରେ ଅମ୍ବାନୀ, ଆଦାନୀଙ୍କ ଭଳି ବଡ଼ ଶିଳ୍ପପତିଙ୍କ ନାଁ ଦେଖିବାକୁ ମିଳିନି ।

ଓ୍ୱିପ୍ରୋର ପ୍ରତିଷ୍ଠାତା ୭୪ ବର୍ଷୀୟ ଅଜିମ ପ୍ରେମଜୀ ଏଯାଏଁ ୧ ଦଶମିକ ୪୫ ଲକ୍ଷ କୋଟି ମୂଲ୍ୟର ସେୟାର ସମାଜସେବା ପାଇଁ ଦେଇସାରିଲେଣି । ତାଙ୍କ ଦ୍ୱାରା ସ୍ଥାପିତ ଅଜିମ ପ୍ରେମଜୀ ଫାଉଣ୍ଡେସନ୍ ଶିକ୍ଷା ବିକାଶ ପାଇଁ କାମ କରୁଛି । ଏହି ଅନୁଷ୍ଠାନ ଦେଶର ୨ ଲକ୍ଷ ସ୍କୁଲ ସହିତ ମିଶି କାମ କରୁଛି ।


ଭାରତର ପ୍ରମୁଖ ଧନୀ ତାଲିକାର ଦଶମ ସ୍ଥାନରେ ଅଛନ୍ତି ଅଜିମ ପ୍ରେମଜୀ । ତାଙ୍କର ମୋଟ୍‌ ସମ୍ପତ୍ତିର ମୂଲ୍ୟ ୭ ଦଶମିକ ୨ ବିଲିଅନ ଆମେରିକୀୟ ଡଲାର । ନିଜ ସମ୍ପତ୍ତିର ଅଧା ଦାନ କରିଦେବାକୁ ସମ୍ମତି ପ୍ରକାଶ କରିଛନ୍ତି ଅଜିମ ।

 

 

Leave a Reply