ଏମିତି ଆମ ରାଜଧାନୀ, ଭଡ଼ା ପାଇଁ ଘରୁ ତଡ଼ିଦେଲେ ମାଲିକ

ନୂଆଦିଲ୍ଲୀ: କରୋନା ଭାଇରସ ସଙ୍କଟ ସହ ଦେଶ ଲଢ଼ୁଛି । ବନ୍ଦ ହୋଇଯାଇଛି ସବୁ କିଛି । ଲକଡାଉନ୍ ଯୋଗୁଁ ବିଭିନ୍ନ ପ୍ରକାର କଟକଣା ଜାରି ହୋଇଛି । ଯାହାର ସିଧା ସର୍ବାଧିକ ପ୍ରଭାବ ପଡ଼ିଛି ଦେଶର ଶ୍ରମିକଙ୍କ ଉପରେ । ଆଉ ଲକଡାଉନ୍ ପ୍ରବାସୀ ଶ୍ରମିକଙ୍କ ପାଇଁ ପାଲଟିଛି ଜୀବନର ଅନ୍ୟ ଏକ ଯୁଦ୍ଧ । କର୍ମ ସଂସ୍ଥାନ ବନ୍ଦ ରହିଥିବା ବେଳେ ପକେଟରେ ପଇସା ନାହିଁ । ପାଦରେ ଚାଲି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି ପ୍ରବାସୀ ଶ୍ରମିକ । ତେବେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରବାସୀ ଶ୍ରମିକଙ୍କ ଏସବୁ ଦୁଃଖ ସବୁ ସୀମା ଟପି ଯାଇଛି ।

ଶ୍ରମିକ ଘର ଭଡ଼ା ଦେଇ ନପାରିବାରୁ ଘର ମାଲିକ ସେମାନଙ୍କୁ ଘୁ ବାହାର କରି ଦେଇଛନ୍ତି । ଫଳରେ ସଂଖ୍ୟାଧିକ ଶ୍ରମିକ ପରିବାର ସହ ଚାଲି ଚାଲି ଭିଟାମାଟି ମୁବେଁ ହୋଇଛନ୍ତି । କାହା ଘର ଉତ୍ତରପ୍ରଦେଶ ତା ଆଉ କାହାର ବିହାର ଆଉ କିଏ ରାଜସ୍ଥାନର । କିଛି ଶ୍ରମିକ ଚାଲି ଚାଲି ଯାଉଥିବା ବେଳେ କେତେକ ସାଇକେଲ ଯୋଗେ ଘରକୁ ଫେରୁଛନ୍ତି ।

ରାଜ୍ୟ ସରକାରଙ୍କ ସୁପାରିସ୍ କ୍ରମେ କେନ୍ଦ୍ର ସରକାର ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଉଛନ୍ତି । ଯେଉଁଥିରେ ଲକ୍ଷାଧିକ ଶ୍ରମିକ ଘରକୁ ଫେରୁଛନ୍ତି । କିନ୍ତୁ, ଏହି ଟ୍ରେନର ଫାଇଦା ସମସ୍ତଙ୍କୁ ମିଳୁପାରୁନି । କାରଣ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଦେଇଥିବା ତାଲିକା ଅନୁସାରେ ଟ୍ରେନ ପ୍ରବାସୀଙ୍କୁ ଆଣୁଛି ।

Leave a Reply