କରୋନା ବଦଳାଇଲା କାମ କରିବାର ତରିକା, ସରକାର ଜାରି କଲେ ୱାର୍କ ଫର୍ମ ହୋମ’ର ଗାଇଡଲାଇନ୍

1 min read

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀର ପ୍ରକୋପ କମିବାର ନାଁ ନେଉ ନାହିଁ । କରୋନା ପାଇଁ ସାଧାରଣ ଜୀବନ ଶୈଳୀରେ ବହୁ ପ୍ରଭାବ ପଡ଼ିଛି । ଏହାସହ ଆମ କାର୍ଯ୍ୟକଳାପରେ ମଧ୍ୟ ପରିବର୍ତ୍ତନ ଆସିଛି । ବେସରକାରୀ ଅଫିସ୍ ସହ ଏହି ସମୟରେ ଭାରତ ସରକାରଙ୍କର କେତେକ ମନ୍ତ୍ରାଳୟ ମଧ୍ୟ ୱାର୍କ୍ ଫର୍ମ ହୋମ ମାଧ୍ୟମରେ ଅଫିସ କାମ କରୁଛନ୍ତି । ଏମିତିରେ ସରକାରଙ୍କ ତରଫରୁ ଏନେଇ ନୂଆ ଗାଇଡ଼ଲାଇନ ଜାରିକରାଯାଇଛି । ଏହି ଗାଇଡଲାଇନ ଜରିଆରେ କର୍ମଚାରୀମାନଙ୍କୁ ଘରୁ ହିଁ କାମ କରିବାକୁ ପଡ଼ିବ ।

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ସରେ କୁହାଯାଛି ଯେ, ସବୁ ୭୫ପ୍ରତିଶତ ମନ୍ତ୍ରାଳୟ ଇ-ଅଫିସ ଜରିଆରେ ଚାଲିଛି ।  ଏବେ ମନ୍ତ୍ରାଳୟର ପ୍ରାୟ ୮୦ ପ୍ରତିଶତ କାମ ଏହା ମାଧ୍ୟମରେ ହିଁ କରାଯାଉଛି । ତେଣୁ ଏହି ଅନୁସାରେ ଇ-ଅଫିସ ଜରିଆରେ ହିଁ ସବୁ ଫାଇଲଗୁଡିକୁ ପଠାଯିବ ।  ବିପିଏନ ଏବଂ ସୁରକ୍ଷିତ ନେଟୱର୍କର ବ୍ୟବସ୍ଥା ଡେପୁଟି ସେକ୍ରେଟରୀ ସ୍ତରର ଅଧିକରୀମାନଙ୍କ ପାଇଁ କରାଯିବ ।

ଗାଇଡଲାଇନ ଅନୁସାରେ, ମନ୍ତ୍ରାଳୟ ଗୁଡ଼ିକ ନିଜେ କମ୍ପ୍ୟୁଟର ଏବଂ ଲାପଟପର ବ୍ୟବସ୍ଥା କରିବେ । ଯେବେ ଆବଶ୍ୟକତା ପଡ଼ିବ ସେବେ ସେ ଲଜିଷ୍ଟିକର ସହାୟତା ନେଇପାରିବେ । ସବୁ କାର୍ଯ୍ୟର ସୂଚନା ପାଇବା ପାଇଁ ଇ-ଅଫିସକୁ ଏସଏମଏସ ଏବଂ ଇ-ମେଲ ଦ୍ୱାରା ଯୋଡ଼ା ଯିବ । ଘରୁ କାମକରିବା ପାଇଁ ଯେମିତି କିଛି ଅସୁବିଧା ନ ହୁଏ ସେଥିପାଇଁ ସବୁ ଫାଇଲ୍ ଏବଂ ଫୋଲ୍ଡର ଇ-ଅଫିସରେ ଅପଲୋଡ ହୋଇ ରହିବ । ଯଦି ଗୋଟେ ମନ୍ତ୍ରାଳୟରୁ ଆଉ ଏକ ମନ୍ତ୍ରାଳୟକୁ କୌଣସି ଫାଇଲକୁ ପଠାଯିବାର ଥିବ ତାହାକୁ କେବଳ ଇ-ଅଫିସ୍ ଜରୀଆରେ ହିଁ ପଠାଯିବ ଆବଶ୍ୟକ ।

ସେହିଭଳି, ଯଦି ଅତି ଜରୁରୀ  ମେଲ ଅଛି, ତେବେ ଏହାକୁ ଇ-ଅଫିସକୁ ସ୍ଥାନାନ୍ତର କରାଯାଇପାରିବ । ଯାହାଫଳରେ ଏହାର ରେକର୍ଡ ବଜାୟ ରହିବ । DOPT ମନ୍ତ୍ରଣାଳୟର କର୍ମଚାରୀମାନେ ମଧ୍ୟ ବର୍ଷକୁ ୧୫ ଦିନ ଘରୁ କାର୍ଯ୍ୟ କରିବାର ସୁବିଧା ପାଇବେ । ଘରୁ କାମ କରୁଥିବା କର୍ମଚାରୀମାନେ ଅଫିସ୍ ସମୟ ଅନୁଯାୟୀ ଫୋନରେ ଉପଲବ୍ଧ ହେବେ । ଘରୁ କାମ କରୁଥିବା ଅଧିକାରୀଙ୍କ ପାଇଁ ମନ୍ତ୍ରଣାଳୟ ସେମାନଙ୍କୁ ଟେକ୍ନିକାଲ ସହାୟତା ଡେସ୍କ ପ୍ରସ୍ତୁତ କରିବ । ଭିଡିଓ କନଫରେନ୍ସିଂ ଲିଙ୍କ୍ ମାଧ୍ୟମରେ ସମସ୍ତ ପ୍ରକାରର ବୈଠକ ବ୍ୟବସ୍ଥା କରାଯିବ । ସମସ୍ତ କର୍ମଚାରୀଙ୍କୁ ଇ-ଅଫିସ୍ ସମ୍ବନ୍ଧରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ ।

Leave a Reply