ଜାଣନ୍ତୁ ଫେସଲେସ୍ ଅପିଲ ସୁବିଧା କଣ ? କରଦାତାଙ୍କୁ କେମିତି ମିଳିବ ଫାଇଦା..

1 min read

ନୂଆଦିଲ୍ଲୀ: ସଚ୍ଚୋଟ କରଦାତାଙ୍କୁ ପ୍ରୋତ୍ସାହନା ଦେବା ପାଇଁ ଓ କର ବ୍ୟବସ୍ଥାରେ ପାରଦର୍ଶିତାର ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଏକ ବିଶେଷ ପ୍ଲାଟଫର୍ମର ଘୋଷଣା କରିଛନ୍ତି । ଏହି ପ୍ଲାଟଫର୍ମର ନାମ ‘ ଟ୍ରାନ୍ସପରାଣ୍ଟ୍ ଟେକ୍ସେସନ : ଅନରିଂ ଦ ଅନେଷ୍ଟ’ ।  ଏହା ଅନ୍ତର୍ଗତରେ କରଦାତାଙ୍କୁ ତିନିଟି ଉପହାର ଦିଆଯାଇଛି । ଯେଉଁଥିରେ ଫେସଲେସ୍ ଆସେସମେଣ୍ଟ୍,ଫେସଲେସ୍ ଅପିସ ଓ ଟ୍ୟାକ୍ସପେୟର୍ସ ଚାଟର୍ସ ସାମିଲ ଅଛି । ଆସନ୍ତୁ ଜାଣିବା ଫେସଲେସ ଅପିଲର ସୁବିଧା କଣ ଓ ଏହାର ଫାଇଦା କଣ ?

କରଦାତାଙ୍କୁ ଫାଇଦ କ’ଣ ମିଳିବ ?

ଫେସଲେସ୍ ଅପିଲ ସୁବିଧା ଏହି ବର୍ଷ ସେପ୍ଟେମ୍ବର ୨୫ ତାରିଖରୁ ଉପଲବ୍ଧ ହେବ । ଏହି ସୁବିଧା ଦ୍ୱାରା ଦୁର୍ନିତୀ ଓ ମନମୁଖି କାମ ରୋକିବା ପାଇଁ ଉଦ୍ୟମ କରାଯିବ । ଏହା ଅନ୍ତର୍ଗତରେ ଯଦି କରଦାତାଙ୍କ ପାଖରେ କୌଣସି ଅଭିଯୋଗ ଥିବ ତେବେ ସେଥିପାଇଁ ରେଣ୍ଡମ ଭାବେ ବଛା ଯାଇଥିବା ଅଫିସରଙ୍କ ପାଖରେ ଅପିଲର ଅଧିକାର ରହିବ । ଏହି ଅଫିସର କିଏ ହେବେ ସେ ବାବଦରେ କାହା ପାଖରେ କୌଣସି ସୂଚନା ରହିବ ନାହିଁ । ଆୟକରଦାତ୍ତାଙ୍କୁ ଏଥିପାଇଁ ଅଫିସକୁ ଦୌଡିବାକୁ ପଡିବ ନାହିଁ ।

ଏହି ଅପିଲ ଉପରେ ଅନ୍ତିମ ନିର୍ଣ୍ଣୟ ଅଧିକାରୀଙ୍କ ଏକ ଟିମ୍ କରିବ ଓ ଆୟକାରଦାତା ଚାହିଁଲେ ଏହାର ସମୀକ୍ଷା ମଧ୍ୟ କରିପାରିବେ । ତେବେ ଗମ୍ଭୀର ଅପରାଧ,ବଡ ଧରଣର ଟ୍ୟାକ୍ସ ଚୋରି,ଅନ୍ତର୍ଜାତୀୟ ଟ୍ୟାକ୍ସ ମାମଲା କିମ୍ବା ଦେଶ ପାଇଁ ସମ୍ବେଦନଶୀଳ ପ୍ରସଙ୍ଗରେ ଏହି ସୁବିଧା ମିଳିବ ନାହିଁ ।

 ନୂଆ ଯାତ୍ରାର ଆରମ୍ଭ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,କିଛି ସମୟ ହେଲା ଆଣେ ଏହି ପ୍ରସଙ୍ଗ ସବୁ ଉପରେ ଫୋକସ କରିଛୁ । ଏହା ନୂଆ ଯାତ୍ରାର ଆରମ୍ଭ । ଏବେ ସଚ୍ଚୋଟଙ୍କୁ ସମ୍ମାନ ଦିଆଯିବ । ଜଣେ ସଚ୍ଚୋଟ କରଦାତା ରାଷ୍ଟ୍ର ନିର୍ମାଣରେ ଭୂମିକା ନିର୍ବାହ କରିଥାନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ନୂଆ ବ୍ୟବସ୍ଥା,ନୂଆ ସୁବିଧା ମିନିମନ ଗଭର୍ଣ୍ଣମେଣ୍ଟ୍-ମ୍ୟାକ୍ସିମ ଗଭର୍ଣ୍ଣେସକୁ ଆଗକୁ ବଢାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ,ଏହାଦ୍ୱାରା ସରକାରଙ୍କ ହସ୍ତକ୍ଷେପ କମିବ ।

Leave a Reply