ରାଜ୍ୟରେ ଦିନକରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ, ୩୦ଜିଲ୍ଲାରୁ ୧୯୮୧ ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏବେ ଦିନକରେ ନୂଆ ନୂଆ ରେକର୍ଡ କରୁଛି କରୋନା ।  । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରେ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗୁରୁବାରରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ସର୍ବାଧିକ ୧୯୮୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୯୮୧ ସଂକ୍ରମିତ କରୋନାକୁ ନେଇ ଭୟକୁ ଦୃଢିଭୁତ କରାଇଛି । ତେବେ ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କମଧ୍ୟରୁ ୧୨୨୫ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୭୫୬ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଗୁରୁବାରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ଖୋର୍ଦ୍ଧାରୁ ୨୭୪ ଓ ଗଞ୍ଜାମରୁ ୨୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ଭଳି ଅନୁଗୁଳରୁ ୬, ବାଲେଶ୍ୱରରୁ ୫୯, ବରଗଡ଼ରୁ ୨୭, ଭଦ୍ରକରୁ ୬୫, ବଲାଙ୍ଗୀରରୁ ୨୭, ବୌଦ୍ଧରୁ ୨୨, କଟକରୁ ୭୨, ଦେଓଗଡ଼ରୁ ୧୬, ଢେଙ୍କାନାଳରୁ ୩୯, ଗଜପତିରୁ ୮, ଜଗତସିଂହପୁରରୁ ୪୨, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୩୯ , କନ୍ଧମାଳରୁ ୧୭୯, କେନ୍ଦ୍ରାପଡ଼ାରୁ ୨୧, କେନ୍ଦୁଝରରୁ ୨୩, କୋରାପୁଟ ୯୭, ମାଲକାନଗିରିରୁ ୬୪, ମୟୁରଭଞ୍ଜରୁ ୩୭, ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୫୬, ନୂଆପଡ଼ାରୁ ୧୬, ପୁରୀରୁ ୭୭, ରାୟଗଡ଼ାରୁ ୫୫, ସମ୍ବଲପୁରରୁ ୩୮, ସୁନ୍ଦରଗଡ଼ରୁ ୧୪୫, ସୋନପୁରରୁ ୫୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୩୦ଟି ଜିଲ୍ଲାରୁ ୧୯୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୨୨୫ ଓ ଲୋକାଲ କେସ ୭୫୬ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୨,୬୫୩ରେ ପହଞ୍ଚିଛି । ରାଜ୍ୟରେ ଆଉ ୯ ମୁଣ୍ଡ ନେଇଛି କରୋନା । ରାଜ୍ୟରେ ଗୁରୁବାରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୬ ହଜାର ୪୭୮ ସୁସ୍ଥ ହୋଇଥିବା ବେଳେ ୧୫ ହଜାର ୮୦୮ଟି ସକ୍ରିୟ ମାମଲା ରହିଛି ।

Leave a Reply