ରଙ୍ଗର ପର୍ବରେ ନିଜ ସୌନ୍ଦର୍ଯ୍ୟ ପ୍ରତି କରନ୍ତୁ ନାହିଁ ବୁଝାମଣା, ଆପଣାନ୍ତୁ ଏହି ସବୁ ଟିପସ୍ପ୍

1 min read

ରାତି ପାହିଲେ ରଙ୍ଗର ପର୍ବ ହୋଲି । ବର୍ଷକୁ ଥରେ ଆସୁଥିବା ହୋଲିରେ ସମସ୍ତେ ମନ ଭରି ହୋଲି ଖେଳିଥାନ୍ତି ।  ମାତ୍ର ଏହି ପର୍ବ ବିଶେଷ କରି ମହିଳାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥାଏ। କାରଣ ସେମାନେ ହୋଲି ଖେଳିବାକୁ ଭଲ ପାଉଥିଲେ ମଧ୍ୟ ସୌନ୍ଦର୍ଯ୍ୟ ପାଇଁ ଖେଳିବାକୁ ଭୟ କରିଥାନ୍ତି। ନଖ, କେଶ, ତ୍ୱଚା ଖରାପ ହେବା ଭୟରେ ରଙ୍ଗଠାରୁ ନିଜକୁ ଦୂରେଇ ରଖିଥାନ୍ତି। ହୋଲି ଖେଳି ମଧ୍ୟ କିପରି ନିଜ ସୌନ୍ଦର୍ଯ୍ୟକୁ ବଜାୟ ରଖିପାରିବେ ଜାଣନ୍ତୁ ସେ ବିଷୟରେ।

 

ତ୍ୱଚା- ହୋଲିରେ ରକମ ରକମର ରଙ୍ଗ ଦେହରେ ଲାଗିବାରୁ ରଙ୍ଗ ସହଜରେ ଦେହରୁ ଛାଡ଼ି ନଥାଏ । ରଙ୍ଗ ଖେଳ ସରିବା ପରେ ଦେହରୁ କିପରି ରଙ୍ଗ ଛଡ଼ାଯିବ, ତାହା ଚିନ୍ତାର ବିଷୟ ପାଲଟିଯାଏ । ତେବେ ଦେହରୁ ଯଦି ରଙ୍ଗ ନଛାଡୁଥିବ ତେବେ ୨ ଚାମଚ ବେସନରେ ଅଳ୍ପ ହଳଦୀ, ମହୁ ଏବଂ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ରଙ୍ଗ ଲାଗିଥିବା ସ୍ଥାନରେ ଲଗାଇ ୧୫-୨୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ପରେ ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ରଙ୍ଗ ଛାଡିଯିବ।

କେଶ- ରଙ୍ଗରେ ସାଧାରଣତଃ ବିଭିନ୍ନ ହାନିକାରକ କେମିକାଲ ମିଶି ରହିଥାଏ । ଯାହା ଆପଣଙ୍କ ତ୍ୱଚା ସହ କେଶକୁ ମଧ୍ୟ କ୍ଷତି ପହଁଞ୍ଚାଇପାରେ । ତେବେ ହୋଲି ଖେଳିବା ପୂର୍ବରୁ କେଶରେ ଭଲଭାବେ ତେଲ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶରେ ରଙ୍ଗ ସିଧାସଳଖ ଲାଗେନାହିଁ । ତେଲ କେଶ ନଷ୍ଟ ହେବରୁ ରକ୍ଷା କରିଥାଏ ।

ନଖ- ହୋଲି ଖେଳିବାବେଳେ ସବୁଠାରୁ ଅଧିକ ରଙ୍ଗ ମଝିରେ ଜମି ରହିଯାଏ। ତେଣୁ ହୋଲି ଖେଳିବା ପୂର୍ବରୁ ନଖରେ ନେଲ୍‌ପଲିସ୍‌ ଲଗାଇ ଦିଅନ୍ତୁ। ଫଳରେ ନଖ ଆଉ ଖରାପ ହେବ ନାହିଁ ।

କୋମଳତା ରକ୍ଷା ପାଇଁ- ରଙ୍ଗ ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଯାଏ। ତେଣୁ ହୋଲି ଦିନ ଦୁଇ ଥରରୁ ଅଧିକ ଗାଧାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଚର୍ମର ଆର୍ଦ୍ରତା ନଷ୍ଟ ହୋଇପାରେ। ଗାଧୋଇବା ପରେ ଚର୍ମରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ ।

Leave a Reply