IPL ସ୍ପନସର ଦୌଡରେ ବାବା ରାମଦେବଙ୍କ ପତଞ୍ଜଳି

1 min read

ଆଇପିଏଲରେ vivoକୁ ହଟାଇ ଦେବା ପରେ ଲିଗ୍ ପାଇଁ ନୂଆ ପ୍ରାୟୋଜକଙ୍କ ସ୍ଥାନ ଖାଲି ଅଛି । ଏହି ମଧ୍ୟରେ ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି, ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ସିଜନ ୧୩ର ଟାଇଟଲ ସ୍ପନ୍ସରସିପ ପାଇଁ ନିଲାମ ଡାକିବା ପାଇଁ ବିଚାର କରୁଛନ୍ତି। ଅବଶ୍ୟ ଏହାକୁ ନେଇ ବିସିସିଆଇ କୌଣସି ବୟାନ ଦେଇନାହିଁ । ଏହି ପ୍ରସଙ୍ଗକୁ ବିଚାର କରୁଥିବା କହିଛନ୍ତି ପତଞ୍ଜଳି ମୁଖପାତ୍ର ଏସ.କେ ତିଜାରାଓ୍ୱାଲା । ଏହା ସହିତ ସେ କହିଛନ୍ତିଯେ ଏକ ଭାରତୀୟ ବ୍ରାଣ୍ଡକୁ ଗ୍ଲାବାଲ କରିବା ପାଇଁ ଏହା ଏକ ଉପଯୁକ୍ତ ମଂଚ । ଏହାକୁ ନେବେ କିମ୍ବା ନେବେ ନାହିଁ ତାହା କହିହେବ ନାହିଁ, କିନ୍ତୁ ଏହାକୁ ନେଇ ଏକ ଶେଷ ଆଲୋଚନା କରାଯିବ ।

ଆଇପିଏଲ ୨୦୨୦ ପାଇଁ ବିସିସିଆଇ ନୂଆ ଟାଇଟଲ ସ୍ପନ୍ସର ଖୋଜୁଛନ୍ତି ଏବଂ ନିକଟରେ ଏହାର ଟେଣ୍ଡର ଜାରି କରି ପାରନ୍ତି । ଭିବୋର ଯିବା ପରେ ଜିଓ,ଆମାଜନ୍,ଟାଟା ଗ୍ରୁପ,ଡ୍ରିମ ୧୧ ଏବଂ ବେୟୋଜୁସ ନିଜର ଉତ୍ସାହ ଦେଖାଇ ସାରିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ଭିବୋ ସ୍ଥାନରେ ଟାଇଟଲ ହାସଲ କରିବା ପାଇଁ ଭିବୋର ମୂଲ୍ୟ ୪୪୦ କୋଟିରୁ କମ୍ ନିଲାମ ଡାମିବାକୁ ପଡ଼ିବ । ଭିବୋ ୨୦୧୮ରୁ ୨୦୨୨ ପର‌୍ୟ୍ୟନ୍ତ ୨୧୯୦ କୋଟି ଟଙ୍କାରେ ଆଇପିଏଲ ଟାଇଟଲ ପ୍ରାୟୋଜକ ଅଧିକାର ହାସଲ କରିଥିଲେ । ଆସନ୍ତାବର୍ଷ ମୁଖ୍ୟ ପ୍ରାୟୋଜନ ଭାବରେ ଫେରି ପାରନ୍ତି ।

Leave a Reply